Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇରେ ଆମେରିକୀୟ ବାଣିଜ୍ୟ ଦୂତାବାସକୁ ବୋମାରେ ଉଡାଇବାକୁ ଧମକ, ବଢିଲା ସୁରକ୍ଷା

ମୁମ୍ବାଇ, 11 ଫେବୃଆରୀ- ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଳେକ୍ସରେ ଥିବା ଆମେରିକୀୟ ବାଣିଜ୍ୟ ଦୂତାବାସକୁ ବୋମାରେ ଉଡାଇବାକୁ ଧମକଭରା ଇ-ମେଲ୍ ମିଳିବା ପରେ ସୁରକ୍ଷା ବୃଦ୍ଧି କରାଯାଇଛି । ଇ-ମେଲରେ କୁହାଯାଇଛି ଯେ, ‘ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତୁରନ୍ତ ସାର୍ବଜନୀନ କ୍ଷମା ମାଗନ୍ତୁ, ନହେଲେ ମୁଁ ସବୁ ଆମେରିକୀୟ ଦୂତାବାସ ଉଡାଇଦେବି’ ।
ପୋଲିସ ଅନୁସାରେ, ଶନିବାର ଅପରାହ୍ନ ପ୍ରାୟ 3.50 ମିନିଟ ସମୟରେ ଦୂତାବାସକୁ ଏହି ଇ-ମେଲ ମିଳିଥିଲା । ଇ-ମେଲ ପଠାଇଥିବା ବ୍ୟକ୍ତି ନିଜକୁ ପଳାତକ ଆମେରିକୀୟ ନାଗରିକ ବୋଲି କହିଛି । ସେ କହିଛି ଯେ, ତା ବିରୁଦ୍ଧରେ ଆମେରିକାରେ 19 ଅପରାଧିକ ମାମଲା ରୁଜୁ ହୋଇଛି । ବ୍ୟକ୍ତିଜଣକ ଇମେଲରେ କହିଛି ଯେ, ‘ମୋର ଆମେରିକୀୟ ନାଗରିକଙ୍କୁ ମାରିବାକୁ ଯୋଜନା କରାଯାଇଛି ।
ଦୂତାବାସକୁ ଏହି ସୂଚନା ମିଳିବା ପରେ ବାନ୍ଦ୍ରା-କୁର୍ଲା ପୋଲିସ ଷ୍ଟେସନରେ ଅଜ୍ଞାତ ବ୍ୟକ୍ତି ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା ଧାରା 505 (1)(ବି) ଓ 506(2) ଆଧାରରେ ମାମଲା ରୁଜୁ ହୋଇଛି ।

Show More

Related Articles

Back to top button