Breaking PLUSଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ବରଫପାତରେ ପ୍ରଭାବିତ 130ରାସ୍ତା, 62ଟି ବିଜୁଳି ଟ୍ରାନ୍ସଫର୍ମର ଠପ୍

ଶିମଲା, 11 ଫେବୃଆରୀ – ହିମାଚଳ ପ୍ରଦେଶରେ 10 ଦିନ ପୂର୍ବରୁ ହୋଇଥିବା ପ୍ରବଳ ବରଫପାତ ଯୋଗୁ 130 ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ପାଗ ଫିଟିବା ପରେ ବି ରାସ୍ତା ସ୍ୱାଭାବିକ ହୋଇପାରିନାହିଁ । ବରଫପାତ ଯୋଗୁ ତିନୋଟି ନ୍ୟାସନାଲ ହାଇୱେ ଠପ୍ ହୋଇପଡିଛି, ସେହିପରି 62ଟି ବିଜଳି ଟ୍ରାନ୍ସଫର୍ମ ମଧ୍ୟ ଖରାପ ହୋଇଯାଇଛି । ହିମପାତ ଯୋଗୁ ବିଦ୍ୟୁତ ଲାଇନ ପ୍ରବଳ କ୍ଷତିଗ୍ରସ୍ତ ହୋଇଛି । ରାସ୍ତା ଠିକ୍ କରିବା ପାଇଁ ନ୍ୟାସନାଲ ହାଇୱେ ଅଥରିଟି ଓ ପିଡବ୍ଲୁଡି ପକ୍ଷରୁ ମେଶିନ ବ୍ୟବହାର କରାଯାଇଛି । ବରଫରେ ଆବୃତ୍ତ ହୋଇଥିବା ରାସ୍ତା ଖୋଲିବା ପରେ ଆହୁରି ସମୟ ଲାଗିବ ।
ଶିମଲାରେ ରବିବାର ସକାଳ ସୁଦ୍ଧା 130ଟି ରାସ୍ତା ବନ୍ଦ ରହିଛି । ଆଦିବାସୀ ଜିଲ୍ଲା ଲାହୌଲ-ସ୍ପିତିରେ ସବୁଠୁ ଅଧିକ 68ଟି ରାସ୍ତା ପ୍ରଭାବିତ ହୋଇଛି । କୁଲୁରେ 25, ମଣ୍ଡିରେ 14, ଚମ୍ବାରେ 13 ଓ ଶିମଲାରେ 9ଟି ରାସ୍ତା ବନ୍ଦ ରହିଛି ।

Show More

Related Articles

Back to top button