Breaking PLUSଓଡ଼ିଶାମୁଖ୍ୟ ଖବର

କରଞ୍ଜିଆ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ଜଣେ ଛାତ୍ର ଗୁରୁତର

ଭୁବନେଶ୍ୱର/ବାରିପଦା, 11 ଫେବୃଆରୀ – ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ପଟୁ ସାହାରପଡ଼ା ପଟକୁ ଯାଉଥିବା ଏକ ଥଣ୍ଡା ବୋଝେଇ ଟ୍ରକ ଆଜି ଅପରାହ୍ନ ସମୟରେ କରଞ୍ଜିଆ ଢ଼ାବା ନିକଟରେ ୩ ଜଣ ସ୍କୁଲ ଛାତ୍ରଙ୍କୁ ଧକ୍କା ଦେଇଛି । ସାହାରପଡ଼ା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩ଜଣ ଯୁକ୍ତ ୨ର ଛାତ୍ର ଦୁଇଟି ସାଇକେଲ ଯୋଗେ ଆସୁଥିବା ବେଳେ ଢାବୀ ନିକଟରେ ଟ୍ରକ୍ ଧକ୍କା ଦେବାରୁ ରାସ୍ତା ଉପରେ ୩ ଜଣ ଛାତ୍ର ଛିଟିକି ପଡ଼ିଥିଲେ । ଆହତ ଯୁବକ ମାନେ ହେଲେ କରଞ୍ଜିଆ ସହର ୱାର୍ଡ ନମ୍ୱର ୧୧ ର ବିକାସ ଦେହୁରୀ(୧୬),ୱାର୍ଡ ନମ୍ୱର ୯ର ଧ୍ୟାନରଞ୍ଜନ ଦେହୁରୀ ଓ ବିମଲ୍ ମହାପାତ୍ର । ସେମାନଙ୍କ ମଧ୍ୟରୁ ବିମଲଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକେ ଟ୍ରକ୍ ଡ୍ରାଇଭରକୁ ଅଟକ ରଖିଥିଲେ । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Show More

Related Articles

Back to top button