Breaking PLUSଓଡ଼ିଶାମୁଖ୍ୟ ଖବର

ଝାରସୁଗୁଡାରେ ଦୁର୍ଘଟଣା, 2 ମୃତ

ଭୁବନେଶ୍ୱର/ଝାରସୁଗୁଡା, 11 ଫେବୃଆରୀ – ଝାରସୁଗୁଡା ଲଖନପୁର ବ୍ଲକ ଅନ୍ତର୍ଗତ ଜୁନିଏନ ଛକ ଜାତୀୟ ରାଜପଥ 49ରେ ଦୁର୍ଘଟଣା ଘଟିଛି। ଟ୍ରେଲର ଏବଂ ଟାଟା ମ୍ୟାଜିକ ପାସେଞ୍ଜର ଗାଡି ମୁହାଁ ମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତ ହୋଇଥିବା ୮ ଜଣଙ୍କୁ ଲଖନପୁର ହସ୍ପିଟାଲରେ ଚିକିତ୍ସା ପରେ ଝାରସୁଗୁଡା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ମୃତ ଏବଂ ଆହତ ବ୍ୟକ୍ତିଙ୍କ ସ୍ପଷ୍ଟ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଲଖନପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button