Breaking PLUSଓଡ଼ିଶାଶିକ୍ଷା

ପୂଜା ପରେ ଖୋଲିପାରେ ସ୍କୁଲ!

ଖୁବଶୀଘ୍ର ଖୋଲିପାରେ ରାଜ୍ୟର ସମସ୍ତ ସ୍କୁଲ ! ଦୀର୍ଘ ଦିନ ଧରି କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଥିଲା । ତେବେ ଛାତ୍ରଛାତ୍ରୀ ମାନେ ଘରେ ରହି ଅନ ଲାଇନରେ ପାଠ ପଢୁଥିଲେ । ତଥାପି ବିଦ୍ୟାର୍ଥୀଙ୍କ ପ୍ରଥମରୁ ଅଷ୍ଟମ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ କରିଆସୁଥିଲେ ଅବିଭାବକ । ତେବେ ପୂଜା ପରେ ସ୍ଥିତି ସୁଧୁରିବ ଏବଂ ଆଗାମୀ ଦିନରେ ପୁଣି ଥରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମୀର ରଞ୍ଜନ ଦାଶ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ । ତେବେ ଏଯାଏଁ ଅନଲାଇନରେ କ୍ଲାସ ଚାଲୁ ରହିଛି । ଅଭିଭାବକମାନେ ଦେଖିବା କଥା ଯେ ମୋବାଇଲ ଫୋନ ବ୍ୟବହାର କେବଳ ପାଠପଢା ପାଇଁ ପିଲାମାନେ କରିବେ । ଭଗବାନଙ୍କ କୃପାରୁ ପୂଜା ପରେ କୋଭିଡ଼ ସ୍ଥିତିରେ ସୁଧାର ଆସିବା ସହ ବିଦ୍ୟାଳୟ ମାନ ଖୋଲିବ ବୋଲି ଆଶା ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Show More

Related Articles

Back to top button