Breaking PLUSବଲିଉଡମୁଖ୍ୟ ଖବର

୨୦ ଯାଏଁ ଜେଲ୍‌ରେ ରହିବେ ଆର୍ୟନ

ରାୟ ସଂରକ୍ଷିତ ରଖିଲେ ମୁମ୍ୱାଇ କୋର୍ଟ

ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣିକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆସନ୍ତା ୨୦ ତାରିଖରେ ପୁଣିଥରେ ଏହି ମାମଲାର ବିଚାର କରାଯିବ । ତେବେ ୨୦ ତାରିଖ ପର୍ଯ୍ୟନ୍ତ ଆର୍ୟନ ଜେଲ୍‌ରେ କାଟିବେ ବୋଲି ଜଣାପଡ଼ିଛି ।

ମଙ୍ଗଳବାର ଦିନ ଶୁଣାଣି ବେଳେ ଏନସିବି ପକ୍ଷ ରଖୁଥିବା ASG ଦାବି କରିଥିଲା ଯେ ଆର୍ୟନ ବହୁତ ଦିନରୁ ଡ୍ରଗ୍ସ ସେବନ କରୁଛନ୍ତି । ଆର୍ୟନଙ୍କ ଓକିଲ ଏ ସବୁ ଅଭିଯୋଗ ଖାରଜ କରିଦେଇଛନ୍ତି । ଆର୍ୟନଙ୍କୁ ଜାମିନ ମିଳିବ କି ନା ତାହା ୨୦ ତାରିଖରେ ହିଁ ବିଚାର କରାଯିବ ।

ଆର୍ୟନ ଏବେ ଆର୍ଥର ରୋଡ୍ ଜେଲରେ ଅଛନ୍ତି । ତାଙ୍କ ଓକିଲ ସତୀଶ ମାନଶିନ୍ଦେ ସେସନ୍ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଆଜି ତାହାର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆର୍ୟନଙ୍କୁ ଜାମିନ ମିଳିବ କି ନାହିଁ ତାହା ୨୦ରେ ଜଣାପଡିବ ।

Show More

Related Articles

Back to top button