Breaking PLUSଅପରାଧଆଇନ କାନୁନମୁଖ୍ୟ ଖବରରାଜନୀତି

ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ସଞ୍ଜୟ

ମୁମ୍ବାଇ: ଆଜି ମୁମ୍ବାଇର ଏକ ଅଦାଲତ ପତ୍ରା ଚଲ୍ ମାମଲାରେ ସମ୍ପୃକ୍ତ ଥିବା ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ ସମ୍ପୃକ୍ତ ଥିବା ମନି ଲଣ୍ଡରିଙ୍ଗ୍ ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି ହେଉଥିବା ଲକ୍ଷ୍ୟ କରି ଗତ ଗୁରୁବାର ଦିନ ଅଦାଲତ ରାଉତଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତ ରହଣିକୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଅଧିକ ଆର୍ଥିକ ଦୁର୍ନୀତିର ସନ୍ଧାନ ପାଇଥିବା କହି ସେତେବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ରାଉତଙ୍କ ହାଜତ ରହଣିକୁ ଆଉ ୮ ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲେ। ପୂର୍ବରୁ ଧରାପଡ଼ିଥିବା ୧.୦୬ କୋଟି ଟଙ୍କାର ଆର୍ଥିକ ଦୁର୍ନୀତି ବ୍ୟତିରେକେ, ଆହୁରି ୧.୧୭ କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟସଭା ସାଂସଦ ଜଡ଼ିତ ଥିବା ଜଣାପଡ଼ିଥିଲା। ଉଲ୍ଲେଖଯୋଗ୍ୟ, ଜର୍ଜଗାଓଁ ଉପନଗରୀରେ ଥିବା ପତ୍ରା ଚଲ୍ ପୁନର୍ବିକାଶରେ ଆର୍ଥିକ ଅନିୟମିତାରେ ସମ୍ପୃକ୍ତି ଥିବା ଦର୍ଶାଇ ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଥିଲା।

Show More

Related Articles

Back to top button