ଓଡ଼ିଶାଶିକ୍ଷା

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ,କଳା ପ୍ରତିଶତ ହାର ୮୨.୧୦

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଆଜି ଅପରାହ୍ନରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି । ଏବର୍ଷ କଳାରେ ୨ଲକ୍ଷ ୧୩ହଜାର ୪୦୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଏମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧ଲକ୍ଷ ୭୧ହଜାର ୨୮୮ପରୀକ୍ଷାର୍ଥୀ । ଯୁକ୍ତ ଦୁଇ ପାସ କଳା ହାର ୮୨.୧୦ ପ୍ରତିଶତ ରହିଛି। ପାସହାର ମଧ୍ୟରେ ଛାତ୍ରଙ୍କ ଠାରୁ ଛାତ୍ରୀ ଆଗରେ ରହିଛନ୍ତି ।

କଳାରେ ପାସ ହୋଇଛନ୍ତି ୧୭୧୨୮୮ କରିଛନ୍ତି। ପାସ ହାର ୮୨.୧୦ ପ୍ରତିଶତ। ଏଥିରେ ଛାତ୍ର ୬୭୭୨୮ ଜଣ ପାସ ହୋଇଛନ୍ତି। ୭୫.୦୮ ପାସ ହାର। ଛାତ୍ରୀ ପାସ ହୋଇଛନ୍ତି ୧୦୩୫୬୦। ଏଥିରେ ୮୭.୪୫ ପାସ ହାର ରହିଛି। ପ୍ରଥମ ଶ୍ରେଣୀରେ ୬୨୭୩୪, ଦିତୀୟ ଶ୍ରେଣୀରେ ୪୧୧୯୩ ଓ ତୃତୀୟ ଶ୍ରେଣୀର ୬୭୩୪୧। ୯୦ ପ୍ରତିଶତ ଉର୍ଦ୍ଧ ମାର୍କ ରଖି ପାସ ହୋଇଛନ୍ତି ୧୭୭।

ସେହିପରି ଧନ୍ଦାମୂଳକ ବିଭାଗରେ ପାସ ହୋଇଛନ୍ତି ୩୯୯୧। ଏହାର ପାସ ହାର ୭୦.୩୫ ଏଥିରେ ଛାତ୍ର ପାସ ହୋଇଛନ୍ତି ୧୯୮୨ ଜଣ। ପାସ ହାର ୩୪.୯୪। ଛାତ୍ରୀ ପାସ ହୋଇଛନ୍ତି ୨୦୦୯ ଜଣ । ପାସ ହାର ୩୫.୪୧ ପାସ ହାର ରହିଛି। ପ୍ରଥମ ଶ୍ରେଣୀରେ ୧୮୮୯, ଦ୍ବିତୀୟ ଶ୍ରେଣୀରେ ୫୩୮ ଓ ତୃତୀୟ ଶ୍ରେଣୀର ୧୬।

୯୦ ପ୍ରତିଶତ ଉର୍ଦ୍ଧ୍ବ ମାର୍କ ରଖି ପାସ ହୋଇଛନ୍ତି ୮ ଜଣ। ସେହିପରି ୧୦୦ ପ୍ରତିଶତ ପାସ ହୋଇଥିବା ସ୍କୁଲ ୧୯ଟି ରହିଛି। 0% ରେଜଲ୍ଟ କରିଥିବା ୬ ସ୍କୁଲ ରହିଛି। ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ବାଲେଶ୍ଵର ଜିଲ୍ଲା। ଯାହା ୯୩.୮୯। ସେହିପରି ସର୍ବନିମ୍ନ ପାସହାର କଳାହାଣ୍ଡି ଜିଲ୍ଲାରେ ୩୭.୨୯ ରେଜଲ୍ଟ। ରେଗୁଲାରରେ withheld ହୋଇଛନ୍ତି ୧୩ ଜଣ।

ସେହିପରି ୧୦୦ ପ୍ରତିଶତ ପାସ ହୋଇଥିବା ସ୍କୁଲ ୩୯୩ଟି। ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ନୟାଗଡ଼ ଜିଲ୍ଲା। ନୟାଗଡ଼ରେ ୯୯.୧୧ ରେଜଲ୍ଟ ହୋଇଛି। ସେହିପରି ସର୍ବନିମ୍ନ ପାସହାର ଫୁଲବାଣୀ ୭୬.୮୧ ରେଜଲ୍ଟ। ବାଣିଜ୍ୟ ବିଭାଗରେ ପାସ ହୋଇଛନ୍ତି ୨୧୧୬୫ । ପାସ ହୋଇଛନ୍ତି ୨୧୧୬୫। ଏଥିରେ ଛାତ୍ର ପାସ ହୋଇଛନ୍ତି ୧୩୨୧୧ ଜଣ। ପାସ ହାର ୮୮.୩୨। ଛାତ୍ରୀ ପାସ ହୋଇଛନ୍ତି ୭୯୫୩ ଜଣ। ପାସ ହାର ୯୦.୭୧ ପାସ ହାର ରହିଛି। ପ୍ରଥମ ଶ୍ରେଣୀ ରେ ୧୦୮୬୩, ଦିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀର ୫୨୪୨। ୯୦ ପ୍ରତିଶତ ଉର୍ଦ୍ଧ ମାର୍କ ରଖି ପାସ ହୋଇଛନ୍ତି ୨୪୩। ସେହିପରି ୧୦୦ ପ୍ରତିଶତ ପାସ ହୋଇଥିବା ସ୍କୁଲ ୧୩୪ଟି। ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ବୌଦ୍ଧ ଜିଲ୍ଲା। ବୌଦ୍ଧରେରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି। ସେହିପରି ସର୍ବନିମ୍ନ ପାସହାର ଦେଓଗଡ଼ ୬୧.୫୩ ରେଜଲ୍ଟ।

Show More

Related Articles

Back to top button