ଓଡ଼ିଶାଦେଶସ୍ୱାସ୍ଥ୍ୟ

ଦଳୀୟ ନେତାଙ୍କୁ ଅମିତଙ୍କ ଗୁରୁମନ୍ତ୍ର‌

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର‌ ଦେଇଛନ୍ତି । ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ପାର୍ଟି ପକ୍ଷରୁ ଦିଆଯାଇଥିବା କାମକୁ ସଠିକ ଏବଂ ଶୀଘ୍ର କାର୍ଯ୍ୟାକାରୀ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶାହ ।

ସେହିପରି ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଅମିତ ଶାହ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଦଳର ସ୍ୱରକୁ ଶାଣିତ କର। ଯେଉଁଠି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି, ତାହାକୁ ଲୋକଲୋଚନକୁ ଆଣ। ଶାଣିତ ଢଙ୍ଗରେ ରାଜନୈତିକ ଆକ୍ରମଣ କର। ଓଡିଶାରେ ବହୁତ ସମ୍ଭାବନା ଓ ସୁଯୋଗ ଅଛି।

ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ରୁଦ୍ଧଦ୍ବାର ବୈଠକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ତୃଣମୂଳସ୍ତରରେ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଅମିତ ଶାହ ଆହ୍ବାନ ଦେଇଛନ୍ତି। ସଂଗଠନ ମଜବୁତ କରିବା ପାଇଁ ଓଡ଼ିଶାର ପ୍ରତିଟି ବୁଥ୍‌, ୱାର୍ଡ ଓ ଗାଁରେ ଦଳୀୟ କର୍ମୀଙ୍କୁ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ହେବ ବୋଲି କହିଛନ୍ତି। ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ବିରୋଧରେ ଲଢ଼େଇ କରିବାକୁ ହେବ। ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ମଧ୍ୟ ମନମୋହନ ସାମଲ କହିଛନ୍ତି, ଶ୍ରୀ ଶାହ ସଂଗଠନ ମଜବୁତ କରିବାକୁ ପରାମର୍ଶ ଦେଇଛନ୍ତି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ସେ ଆହ୍ବାନ ଦେଇଛନ୍ତି।

 

Show More

Related Articles

Back to top button