ଅପରାଧଓଡ଼ିଶା

ବାଲିଘାଟ ବିବାଦ , ବୋମାମାଡରେ ୧ ମୃତ

ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରୁଛି

ଯାଜପୁର : ଯାଜପୁରରେ ବାଲିଘାଟ ବିବାଦକୁ ନେଇ ଘଟିଯାଇଛି ଏକ ଅଘଟଣ । ଏହି ଅଘଟଣରେ ବୋମାମାଡ ହୋଇଥିବାର ଖବର ସାମ୍ନାକୁ ଆସିଛି । ଦୁର୍ବୁତ୍ତଙ୍କ ବୋମା ମାଡରେ ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ , ଯାଜପୁର ରୋଡ ବଗମରା ନିକଟସ୍ଥ ମନେଇଗଣ୍ଡ ବାଲିଘାଟକୁ ନେଇ କିଛିଦିନ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବୋମା ମାଡ କରାଯାଇଥିଲା। ଏଥିରେ ସୁରେନ୍ଦ୍ର ଦାସ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ବିଝାଂରପୁର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ସୁରେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Show More

Related Articles

Back to top button