Breaking PLUSଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ମୃତ୍ୟୁ ମୁଖରୁ ଯୁବକକୁ ଉଦ୍ଧାର କଲେ ପୋଲିସ୍ ଯବାନ

ଏହି ଘଟଣା ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏହି ଘଟିଛି ।

ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ଯୁବକକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଲେ ରେଳ ସୁରକ୍ଷା ବଳର ଯବାନ । ଏହି ଘଟଣା ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏହି ଘଟିଛି । ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ପ୍ଲାଟଫର୍ମରେ ଥିବା ସିସିଟିଭିରେ କଏଦ ହୋଇଛି । ହଳଦିଆ ଟି ସାର୍ଟ ଏବଂ ଜିନସ୍‌ ପ୍ୟାଣ୍ଟ ପିନ୍ଧିଥିବା ଯୁବକ ଜଣଙ୍କ ବହୁ ସମୟ ଧରି ପ୍ଲାଟଫର୍ମରେ ଏପଟ ସେପଟ ହେଉଥିଲେ ।ସେଠାରେ ଥିବା ରେଳ ସୁରକ୍ଷା ବଳର ଯବାନ ତଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହିଥିଲେ । ମାତ୍ର ଯୁବକ ଜଣଙ୍କ ତାହା ଶୁଣି ନଥିଲେ । କଛି ସମୟ ପରେ ବିପରୀତ ଦିଗରୁ ସେହି ଟ୍ରାକରେ ଏକ ଯାତ୍ରୀବାହୀ ରେଳଗାଡି ଆସିଥିଲା । ଯୁବକ ଜଣଙ୍କ ତୁରନ୍ତ ଟ୍ରାକ୍‌କୁ ଆତ୍ମହତ୍ୟା କରିବା ପାଇଁ ଡେଇଁ ପଡିଥିଲେ। ଉପସ୍ଥିତ ଥିବା ଯବାନ ଜଣଙ୍କ ଏହା ଦେଖି ରେଳ ଟ୍ରାକ୍‌ ଉପରକୁ ଡେଇଁ ପଡି ଯୁବକ ଜଣଙ୍କ ସେଠାରୁ ଟାଣି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ନିଶ୍ଚିତ ଭାବେ ମୃତ୍ୟୁ ମୁଖରୁ ଯୁବକଙ୍କୁ ରକ୍ଷା କରିଥିଲେ । ରେଳ ସୁରକ୍ଷା ବଳର ଯବାନଙ୍କର ଏହିପରି ସାହାସ ପୂର୍ଣ୍ଣ କାର୍ଯ୍ୟକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି ।

Show More

Related Articles

Back to top button