Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଭାରତ-ଆମେରିକା ସମ୍ପର୍କକୁ ନେଇ କଣ କହିଲେ ଜୟଶଙ୍କର

ୱାଶିଂଟନ-ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ୱାଂଶିଟନ ଡିସିରେ ଆୟୋଜିତ କଲର୍ସ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଭାରତ-ଆମେରିକା ସମ୍ପର୍କ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ‘ଆଜି ମୋ ପାଇଁ ଏହି ସମ୍ପର୍କର ବ୍ୟାଖ୍ୟା କରିବା ଏପରିକି ଆଶାକୁ କହିବା କଷ୍ଟକର’ । ସ୍ଥାନୀୟ ଗଣମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା ।
ସେ କହିଛନ୍ତି ଯେ ଆଜି ଏହି ସମ୍ପର୍କ ସବୁ କ୍ଷେତ୍ରରେ ଆଶାଠାରୁ ଅଧିକ ବୃଦ୍ଧି ପାଇଛି । ଏହାର କାରଣ ହେଉଛି ଆମେ ଏହାକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିନାହୁ । ଆଜି ଭାରତ ଏବଂ ଆମେରିକା ଏଭଳି ସ୍ଥିତିରେ ପହଞ୍ଚିଛନ୍ତି ଯେଉଁଠି ଆମେ ପରସ୍ପରକୁ ଅତ୍ୟନ୍ତ ଆକାଂକ୍ଷିତ ଏବଂ ଅଂଶୀଦାର ଭାବରେ ଦେଖୁଛୁ ।
ଭାରତର ଜି-20 ଶୀଖର ସମ୍ମିଳନୀର ଅଧ୍ୟକ୍ଷତା ଉପରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଗାନ୍ଧି ଜୟନ୍ତୀ ଏବେ ନିକଟରେ ଅଛି । ମହାତ୍ମା ଗାନ୍ଧି ଜଣେ ଅସାଧାରଣ ବ୍ୟକ୍ତି ଥିଲେ । ବାପୁଜୀଙ୍କ ସନ୍ଦେଶ ଜଟିଳ ଥିଲା, କିନ୍ତୁ ତାର ସାରାଂଶ ବହୁତ ସରଳ ଥିଲା । ଯେତେବେଳେ ଭାରତ ଜି-20ର ଅଧ୍ୟକ୍ଷତା କଲା, ସେହି ସମୟରେ ଅନେକ କ୍ଷେତ୍ରରେ ବାପୁଜୀଙ୍କ ସନ୍ଦେଶ ଆମ ଭାବନାର କେନ୍ଦ୍ରରେ ଥିଲା ବୋଲି ଜୟଶଙ୍କର କହିଛନ୍ତି ।

Show More

Related Articles

Back to top button