Breaking PLUSଓଡ଼ିଶାମୁଖ୍ୟ ଖବର

କଳାହାଣ୍ଡିରେ ଟ୍ରିପଲ ମର୍ଡର, ରାସ୍ତାକଡରୁ 3ମୃତଦେହ ଉଦ୍ଧାର

ଧର୍ମଗଡ଼: ଜୁନାଗଡ଼ ପୁଲିସ ପକ୍ଷରୁ ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର କରାଯାଇଛି। ଜୁନାଗଡ଼ ଥାନା ଶଙ୍କରପଲା ଗାଁ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି। ମା’, ୨ ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହରେ କଟାଚିହ୍ନ ରହିଥିବା ସାଙ୍ଗକୁ ମୃତଦେହଗୁଡ଼ିକ ନିକଟରେ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ସେମାନଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ସ୍ବାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ୩ ମୃତଦେହ ଜବତ ସହ ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ଛାନଭିନ ଜାରି ରଖିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସର ତଦନ୍ତ ଜାରି ରଖିଛି।

Show More

Related Articles

Back to top button