ଦେଶ ବିଦେଶସ୍ୱତନ୍ତ୍ର

ୟୁକ୍ରେନର ହସ୍ପିଟାଲ ଉପରେ ଋଷିଆର ମିଶାଇଲ ମାଡ

ୟୁକ୍ରେନ-ଋଷିଆ ଯୁଦ୍ଧକୁ ୯ ମାସରୁ ଅଧିକ ହୋଇଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଏବେବି ଜାରି ରହିଛି ଯୁଦ୍ଧ । ବୁଧବାର ୟୁକ୍ରେନର ହସ୍ପିଟାଲ ଉପରେ ଘନଘନ ମିସାଇଲ ମାଡ କରିଛି ଋଷ ।

ଯୁଦ୍ଧର ନିୟମାନୁଯାୟୀ କୌଣସି ହସ୍ପିଟାଲ କିମ୍ବା ଶିକ୍ଷାନୁଷ୍ଠାନରେ ଆକ୍ରମଣ କରାଯାଇପାରିବ ନାହିଁ । କିନ୍ତୁ ତାହାକୁ ଭୃକ୍ଷେପ ନକରି ହସ୍ପିଟାଲ ଉପରେ ମିସାଇଲ ମାଡ କରିଛି ଋଷ ସେନା । ଫଳରେ ଜଣେ ନବ ଜାତକ ଶିଶୁର ମୃତ୍ୟୁ ଘଟିଛି ।

ଗଭର୍ଣ୍ଣର ଓଲେକ୍‌ସାଣ୍ଡ୍ର ସ୍ତାରୁଖ୍‌ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ବୁଧବାର ଭୋର ସମୟରେ ଦକ୍ଷିଣ ୟୁକ୍ରେନରେ ଥିବା ଭିଲନାନସ୍କ ସହରେ ଥିବା ଏକ ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ହସ୍ପିଟାଲର ପ୍ରସୂତି ବିଭାଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଯେଉଁଥିରେ ଜଣେ ନବ ଜାତକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଅନ୍ୟପଟେ ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅତି ସମ୍ବେଦନହୀନ ଭାବେ ଏଭଳି ଆକ୍ରମଣ କରାଯାଉଛି । ହସ୍ପିଟାଲ ଉପରେ ଆକ୍ରମଣ ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ ବୋଲି ସେ କହିଛନ୍ତି । ଋଷ ସେନା ଅତି ଅମାନୁଷିକ ଭାବେ ଆକ୍ରମଣ କରୁଛନ୍ତି । ସମଗ୍ର ବିଶ୍ବବାସୀ ଏହାକୁ ଦେଖୁଛନ୍ତି ।

Show More

Related Articles

Back to top button