ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଫତାବ ପୁନାୱାଲା ଅସୁସ୍ଥ, ଆଜି ହେଲାନି ପଲିଗ୍ରାଫ ଟେଷ୍ଟ

ନୂଆଦିଲ୍ଲୀ: ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ଅଫତାବ ପୁନାୱାଲା ଅସୁସ୍ଥ ହୋଇ ପଡ଼ିଛି। ସେ ଅସୁସ୍ଥ ଥିବାରୁ ଆଜି ତା’ର ପଲିଗ୍ରାଫ ଟେଷ୍ଟ ହୋଇନାହିଁ। ଅସୁସ୍ଥ ଥିବା ବେଳେ ପଲିଗ୍ରାଫ ଟେଷ୍ଟ କଲେ, ଏହାର ରେଜଲ୍ଟ ତ୍ରୁଟିପୂର୍ଣ୍ଣ ଆସିବାର ଆଶଙ୍କା ରହିଛି। ତେଣୁ ଦିଲ୍ଲୀ ପୁଲିସ୍‌ ଆସନ୍ତାକାଲି ସମ୍ଭବତଃ ଅଫତାବର ପଲିଗ୍ରାଫ ଟେଷ୍ଟ କରିବ।

ଫରେନ୍ସିକ ଟିମର କହିବାନୁସାରେ, ଅଫତାବ ସଂପୂର୍ଣ୍ଣ ଭାବେ ଫିଟ ନ ହେବା ଯାଏ ପଲିଗ୍ରାଫ ଟେଷ୍ଟ କରିବା ସମ୍ଭବ ନୁହେଁ। ତେବେ ତା’ର କ’ଣ ହୋଇଛି ଓ ସେ ହଠାତ୍‌ କେମିତି ଅସୁସ୍ଥ ହେଲା, ସେ ବିଷୟରେ ପୁଲିସ୍‌ କିଛି ସୂଚନା ଦେଇନି।

ଅଫତାବ ତା’ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ ଉଭୟ ରହୁଥିବା ଦିଲ୍ଲୀ ଫ୍ଲାଟରେ ହତ୍ୟା କରିଥିଲା। ଏହାପରେ ମୃତଦେକୁ ୩୫ ଖଣ୍ଡ କରି ଦିଲ୍ଲୀ ଉପକଣ୍ଠରେ ଥିବା ଗୋଟିଏ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ଏହାକୁ ଫୋପାଡ଼ିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ଅଫତାବକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

ପୁଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ଅଫତାବର ପଲିଗ୍ରାଫ ଟେଷ୍ଟ କରିବ। ଆସନ୍ତାକାଲି ତା’ର ନାର୍କୋ ଆନାଲିସ୍‌ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପଲିଗ୍ରାଫ ଟେଷ୍ଟ ଘୁଞ୍ଚିଥିବାରୁ ନାର୍କୋ ଟେଷ୍ଟର ତାରିଖ ମଧ୍ୟ ଘୁଞ୍ଚିବାର ସମ୍ଭାବନା ରହିଛି।

Show More

Related Articles

Back to top button