Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

କ୍ରିମିୟା ଉପରେ ୟୁକ୍ରେନର ବଡ ଡ୍ରୋନ ଆକ୍ରମଣ

ଋଷ ଗଭର୍ଣ୍ଣରଙ୍କ ଦାବି-12ରୁ ଅଧିକ ଡ୍ରୋନରୁ ମାରି ଖସାଯାଇଛି

କିଭ୍-ଋଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ କ୍ରିମିୟା ଉପରେ ୟୁକ୍ରେନ ବଡ ଡ୍ରୋନ ଆକ୍ରମଣ କରିଛି । ଯାହାକୁ କି ଋଷ ସୁରକ୍ଷାବଳ ପଣ୍ଡ କରିଦେଇଛନ୍ତି । ଶୁକ୍ରବାର ଋଷ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି ।
ୟୁକ୍ରେନର ଅଧିକାରୀ କହିଛନ୍ତି ଯେ, ଋଷ ସେନା ରାଜନୈତକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ପୂର୍ବ ୟୁକ୍ରେନର ଅଭଦିଭକା ଉପରେ ଆକ୍ରମଣ କରିବା ପ୍ରୟାସକୁ ଜୋର କରିଛନ୍ତି । 2014ରେ ଋଷ ୟୁକ୍ରେନର ପ୍ରାୟଦ୍ୱୀପ କ୍ରିମିୟା ଉପରେ କବଜା କରିଥିଲା । ଜୁନରେ ଆରମ୍ଭ ହୋଇଥିବା ୟୁକ୍ରେନର ଜବାବମୂଳକ ଆକ୍ରମଣ ପରେ ବି କୌଣସି ଜମି ଅକ୍ତିଆର କରିପାରିନାହିଁ ୟୁକ୍ରେନ । ଏହି ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Show More

Related Articles

Back to top button