Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ରାଜସ୍ଥାନରେ 199 ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ମୈଦାନରେ 1863 ପ୍ରାର୍ଥୀ

ଜୟପୁର- ଭୋଟ ଦେଉଛି ରାଜସ୍ଥାନ । ରାଜସ୍ଥାନର 200ରୁ 199 ବିଧାନସଭା ଆସନ ପାଇଁ ଶନିବାର ସକାଳ 7ଟାରୁ ଆରମ୍ଭ ହୋଇଯାଇଛି ଭୋଟ୍ । ରାଜ୍ୟରେ 5କୋଟି 26ଲକ୍ଷ 90ହଜାର 146ଜଣ ଭୋଟର 1863 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରେ 183ଜଣ ମହିଳା ଭୋଟର ଅଛନ୍ତି । ସନ୍ଧ୍ୟା 6ଟା ଯାଏ ଚାଲିବ ଭୋଟ୍ । ସକାଳ 7ଟାରୁ ମତଦାନ ପାଇଁ ବୁଥ ନିକଟରେ ଭୋଟରଙ୍କ ଲାଇନ ଦେଖିବାକୁ ମିଳିଛି ।
ରାଜସ୍ଥାନର 199 ବିଧାନସଭା ମଣ୍ଡଳୀରେ 51,507 ଭୋଟ କେନ୍ଦ୍ରରେ 5କୋଟି 26ଲକ୍ଷ 90ହଜାର 146ଜଣ ଭୋଟର 1863 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । 18-30 ବର୍ଷ ବର୍ଗରେ 1,70,99,334 ଭୋଟର ଥିବା ବେଳେ ଏଥିରୁ 18-19 ବର୍ଷ ବର୍ଗରେ 22,61,008 ନୂଆ ଭୋଟର ପ୍ରଥମ ଥର ଭୋଟ୍ ଦେବେ ।

Show More

Related Articles

Back to top button