Breaking PLUSଦେଶମୁଖ୍ୟ ଖବର

ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ବାୟୁ ଗୁଣବତ୍ତାରେ ଆସୁନାହିଁ ସୁଧାର

ନୂଆଦିଲ୍ଲୀ- ବିଷବଳୟରେ ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଶ୍ୱାସଜନିତ ସଙ୍କଟ ଲାଗିରହିଛି । ବାୟୁ ଗୁଣବତ୍ତାରେ କୌଣସି ସୁଧାର ଆସୁନାହିଁ । ପ୍ରଦୂଷଣ ଯୋଗୁ ଦିଲ୍ଲୀର ବାୟୁ ଗମ୍ଭୀର ଶ୍ରେଣୀରେ ପହଞ୍ଚିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଆଜି ସକାଳେ ରାଜଧାନୀର କିଛି ସ୍ଥାନରେ ସମଗ୍ର ବାୟୁ ଗୁଣବତ୍ତା ସୂଚାକାଙ୍କ 4ଶହ ପାର୍ ରେକର୍ଡ ହୋଇଛି । ଜହାଙ୍ଗିରାପୁରୀରେ 468, ବଭାନାରେ 466, ଆନନ୍ଦ ବିହାରରେ 450, ଅଶୋକ ବିହାରରେ 441, ଦ୍ୱାରକା ସେକ୍ଟର-8ରେ 439, ବୁରାଡିରେ 427, ଆଇଜିଆଇ ଏୟାରପୋର୍ଟରେ 423, ଆଇଟିଓରେ 388, ଆୟାନଗରରେ 383 ଏକ୍ୟୁଆଇ ରେକର୍ଡ ହୋଇଛି ।

Show More

Related Articles

Back to top button