Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଚୀନ ଗସ୍ତରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ

ବେଜିଂ- ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆଜି ହଠାତ୍ ଚୀନରେ ପହଞ୍ଚିଛନ୍ତି । ଚୀନର ବେଜିଂ ଏୟାରପୋର୍ଟରେ ତାଙ୍କର ଜାରଦାର ସ୍ୱାଗତ କରାଯାଇଥିଲା । ପୁଟିନଙ୍କ ଏହି ଗସ୍ତ ଉପରେ ପୂରା ଦୁନିଆର ନଜର ରହିଛି । ପୁଟିନଙ୍କ ଚୀନ ଗସ୍ତ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଏହି ଦୁଇ ନେତାଙ୍କ ମଧ୍ୟରେ ଇସ୍ରାଏଲ-ହମାସ ଯୁଦ୍ଧ ସହ ଅନ୍ୟ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଚୀନ ଏହି ସପ୍ତାହରେ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ ଫୋରମ୍ ପାଇଁ 130 ଦେଶର ପ୍ରତିନିଧିଙ୍କ ସହ ବିଚାରବିମର୍ଷ କରୁଛି । ଏହାଦ୍ୱାରା ଚୀନ ଅନ୍ତର୍ଜାତୀୟ ସ୍ତରରେ ନିଜ ସ୍ଥିତିକୁ ସୁଦୃଢ କରିବ ବୋଲି ଆଶା ରଖିଛି ।
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ପୁଟିନ ଚୀନ ଗସ୍ତରେ ଆସିଥିବା ସୂଚନା ମିଳିଛି । ଏହାପୂର୍ବରୁ ଗତବର୍ଷ ମାର୍ଚ୍ଚ ମାସରେ ପୁଟିନ ଚୀନ ଗସ୍ତ କରିଥିଲେ ।

Show More

Related Articles

Back to top button