Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଇଓସି ପାଇଁ 8ଜଣ ନୂଆ ସଦସ୍ୟ ଚୟନ

ମୁମ୍ବାଇ- ଅନ୍ତର୍ଜାତୀୟ ଅଲମ୍ପିକ କମିଟି ମଙ୍ଗଳବାର ଦିନ ମୁମ୍ବାଇରେ ଚାଲୁଥିବା 141ତମ ଆଇଓସି ଅଧିବେଶନର ତୃତୀୟ ତଥା ଅନ୍ତିମ ଦିନ ବୈଠକରେ ଆଗାମୀ ଅଧିବେଶନ ନିମନ୍ତେ 8ଜଣ ନୂଆ ଆଇଓସି ସଦସ୍ୟଙ୍କୁ ଚୟନ କରିଛନ୍ତି । ଯେଉଁଥିରେ 4ଜଣ ମହିଳା ଓ 4ଜଣ ପୁରୁଷ ଅଛନ୍ତି ।
ଆଇଓସି ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଭାରତର ମୁମ୍ବାଇରେ 141ତମ ଆଇଓସି ଅଧିବେଶନର ବୈଠକରେ ଆଜି 8ଜଈ ନୂଆ ଆଇଓସି ସଦସ୍ୟଙ୍କୁ ଚୟନ କରାଯାଇଛି । ଆଇଓସି ସଦସ୍ୟରେ ମହିଳାଙ୍କ ଅନୁପାତ 41.1 ପ୍ରତିଶତ ହୋଇଛି । ନେତୃତ୍ୱ ନେବା ଏବଂ ଶାସନ ସଂରଚନାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବା ଆଇଓସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ନୂଆ ସଦସ୍ୟଙ୍କୁ ମିଶାଇ ଏବେ ଆଇଓସିର ସଦସ୍ୟଙ୍କ ସଂଖ୍ୟା 107ରେ ପହଞ୍ଚିଛି ।

Show More

Related Articles

Back to top button