Breaking PLUSଦେଶମୁଖ୍ୟ ଖବରରାଜନୀତି

ପିଏମଏଲଏ ମାମଲାରେ ପୂର୍ବତନ ମନ୍ତ୍ରୀ ଚୌଧୁରୀ ଲାଲସିଂହଙ୍କ ବାସଭବନରେ ଚଢାଉ

ଜମ୍ମୁ- ଜମ୍ମୁକଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଚୌଧୁରୀ ଲାଲ ସିଂହଙ୍କ ବାସଭବନ ସହିତ ଜମ୍ମୁ, କଠୁଆ ଓ ପଠାନକୋଟରେ 8ଟି ସ୍ଥାନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆରବୀ ଏଜୁକେସନ ଟ୍ରଷ୍ଟ ବିରୋଧରେ ରୁଜୁ ହୋଇଥିବା ପିଏମଏଲଏ ମାମଲାରେ ଏହି ରେଡ୍ କରାଯାଇଛି । ଏହି ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ଲାଲ ସିଂହଙ୍କ ପତ୍ନୀ କାନ୍ତା ଅନ୍ଦୋତ୍ରା । ଷଡଯନ୍ତ୍ର କରି ଟ୍ରଷ୍ଟକୁ 329 କେନାଲ ଜମି ଆବଣ୍ଟନ କରାଯାଇଥିବା ଅଭିଯୋଗ ଆଣିଛି ଇଡି । 2020 ସେପ୍ଟେମ୍ବର 12ରେ ସିବିଆଇ ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା । ଏହାପରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ଚଢାଉ କରିଛି । ଟ୍ରଷ୍ଟର ଅଧ୍ୟକ୍ଷ କାନ୍ତା ଅନ୍ଦୋତ୍ରାଙ୍କ ସହିତ ଜଡିତ ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ଟ୍ରଷ୍ଟର ଅଧିକାରୀ ଏହି କାମ ପାଇଁ ଜିଲ୍ଲା ରାଜସ୍ୱ ଅଧିକାରୀ ଏବଂ ବନ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି ।

Show More

Related Articles

Back to top button