Breaking PLUSଦେଶମୁଖ୍ୟ ଖବରରାଜନୀତି

ବୁଲନ୍ଦସହରରେ 632 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ଯୋଗୀ ଆଦିତ୍ୟନାଥ

ବୁଲନ୍ଦସହର- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ଜନପଦ ବୁଲନ୍ଦସହରରେ ମଙ୍ଗଳବାର 632କୋଟିର 256ଟି ବିକାଶମୂଳକ ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ ଉତ୍ତରପ୍ରଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଆମ ସରକାର ସୁରକ୍ଷା ଭଙ୍ଗ କରିବାକୁ ପ୍ରଶୟ ଦେଉନାହିଁ । ମାଆ ଭଉଣୀଙ୍କ ସୁରକ୍ଷାକୁ ଯିଏ ଭାଙ୍ଗିବ ତାକୁ ସରକାର ପାତାଳରୁ ଖୋଜି ଆଣିବେ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଯଦି ସୁରକ୍ଷା ଅଛି ତେବେ ନିବେଶ, ରୋଜଗାର ଏବଂ ରାମରାଜ୍ୟ ଆସିବ । ଯେଉଁଠି ପୂର୍ବରୁ ଗୁଣ୍ଡା ଟ୍ୟାକ୍ସ ଲଗାଉଥିଲା, ଏବେ ସେଠାରେ ପ୍ରକଳ୍ପ ବ୍ୟବସ୍ଥା କରାଯାଉଛି ।

Show More

Related Articles

Back to top button