Breaking PLUSଦେଶ ବିଦେଶମୁଖ୍ୟ ଖବର

ମସ୍କୋ ଆକ୍ରମଣ-ଆକ୍ରମଣକାରୀର ଗିରଫଦାରି ନେଇ ଋଷର ଦାବି

ମସ୍କୋ, 24 ମାର୍ଚ୍ଚ- ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଦାବି କରିଛନ୍ତି ଯେ, ରାଜଧାନୀ ମସ୍କୋର ବାହାର ଅଂଚଳର କନସର୍ଟ ହଲରେ ଶୁକ୍ରବାର ରାତିରେ ଗୁଳି କରିଥିବା ଆତତାୟୀକୁ ଗିରଫ କରାଯାଇଛି । ଆକ୍ରମଣରେ ଅତିକମରେ 133ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 140ଜଣ ଆହତ ହୋଇଛନ୍ତି । ଏହି ମାମଲାରେ 11ଜଣଙ୍କୁ ଗିରଫ କରାଯାଇଥିବା ବେଳେ 4ଜଣ ବନ୍ଧୁକଧାରୀ ୟୁକ୍ରେନ ଅଭିମୁଖେ ଦୌଡୁଥିବା ବେଳେ ଧରାପଡିଛନ୍ତି । ଅନ୍ୟପଟେ ଆକ୍ରମଣ ପଛରେ ନିଜର ହାତ ନଥିବା ସ୍ପଷ୍ଟ କରିଛି ୟୁକ୍ରେନ ।
ଶନିବାର ରାତିରେ ପୁଟିନ ଦେଶବାସୀଙ୍କୁ ସମ୍ବୋଧିତ କରି ମାର୍ଚ୍ଚ 24କୁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ । ପୁଟିନ କହିଥିଲେ ଯେ, ଆକ୍ରମଣକାରୀମାନେ ୟୁକ୍ରେନ ଆଡକୁ ପଳାଇଯିବାକୁ ଉଦ୍ୟମ କରିଥିଲେ ।ସମସ୍ତଙ୍କୁ ଧରାଯାଇଛି ଏବଂ କଠୋର ଦଣ୍ଡ ଦିଆଯିବ ।

Show More

Related Articles

Back to top button