Breaking PLUSଦେଶମୁଖ୍ୟ ଖବର

ରାଜସ୍ଥାନର କେମିକାଲ ଫ୍ୟାକ୍ଟ୍ରିରେ ଜୀବନ୍ତ ଜଳିଗଲେ 6ଜଣ ଶ୍ରମିକ

ଜୟପୁର, 24 ମାର୍ଚ୍ଚ – ବସସି ଥାନା ଅଂଚଳର ବେନାଡାରେ ଶନିବାର ସନ୍ଧ୍ୟାରେ କେମିକାଲ ଫ୍ୟାକ୍ଟ୍ରିରେ କାମ କରୁଥିବା 6ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫ୍ୟାକ୍ଟ୍ରିରେ ବଏଲର ଫାଟିବା କାରଣରୁ ନିଆଁ ଲାଗିଯାଇଥିଲା ।
ମୃତକଙ୍କ ପରିଜନ ଓ ଗ୍ରାମବାସୀ ଶବ ଉଠାଇବାକୁ ମନା କରିଦେଇଛନ୍ତି । ପରିଜନମାନେ କ୍ଷତିପୂରଣ, ଫ୍ୟାକ୍ଟ୍ରି ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଅବୈଧ ଫ୍ୟାକ୍ଟ୍ରିକୁ ବନ୍ଦ କରିବା ଓ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବାକୁ ଦାବି କରିଛନ୍ତି । ପୋଲିସ-ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତି ।

Show More

Related Articles

Back to top button