Breaking PLUSଦେଶମୁଖ୍ୟ ଖବର

ଅକ୍ଟୋବରରେ କୋଲକାତା ଯିବେ ଆରଏସଏସ ମୁଖ୍ୟ

କୋଲକାତା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଆସନ୍ତା ମାସ ପୁଣି ଥରେ ପଶ୍ଚିମବଙ୍ଗ ଗସ୍ତରେ ଆସିବେ। ଅକ୍ଟୋବର 3 ତାରିଖରେ ଡକ୍ଟର ଭାଗବତ କୋଲକାତା ଆସିବେ ବେଳେ ପଶ୍ଚିମବଙ୍ଗର କେଶବ ଭବନରେ ଥିବା ସଂଘ ମୁଖ୍ୟାଳୟର ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡକ୍ଟର ଭାଗବତ ଦ୍ୱିପ୍ରହର ସମୟରେ କେଶବ ଭବନରେ ପହଞ୍ଚିବେ । ଏଠାରେ ଭାଗବତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସଂଘ ପ୍ରମୁଖ ଖ୍ୟାତିଲବ୍ଧ ପତ୍ରିକା ସ୍ୱସ୍ତିକାର 75 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ବେଲୁର ମଠରେ ସନ୍ଧ୍ୟା 5.30ରୁ 7.30 ଯାଏ ଚାଲିବ । ଏଠାରେ ଡକ୍ଟର ଭାଗବତ ଭାଷଣ ଦେବେ । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅନୁସାଙ୍ଗିକ ସଙ୍ଗଠନର ପଦାଧିକାରୀଙ୍କୁ ନିମନ୍ତ୍ରିତ କରାଯାଇଛି ।
ମୋହନ ଭାଗବତଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଭାଗବତଙ୍କ ଗସ୍ତ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଛି ।

Show More

Related Articles

Back to top button