ଦେଶପାଣିପାଗ

କାବେରୀ ନଦୀରେ ଜଳସ୍ତର ବୃଦ୍ଧି,ରାଜ୍ୟର ୧୧ ଜିଲ୍ଲା ପାଇଁ ବନ୍ୟା ଆଶଙ୍କା

ବୃଦ୍ଧି ପାଉଛି ତାମିଲନାଡୁର କାବେରୀ ନଦୀରେ ଜଳସ୍ତର । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ ଜିଲ୍ଲାରେ ବନ୍ୟା ସମ୍ଭାବନା ରହିଛି । ବିଭିନ୍ନ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯାଉଥିବାବେଳେ ମେଟ୍ଟୁରର ଷ୍ଟାନଲେ ଜଳ ଭଣ୍ଡାରରୁ ଦେଢ଼ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ଜଳସ୍ତର ବୃଦ୍ଧି ଯୋଗୁଁ ଅଧିକ ଜଳ ମଧ୍ୟ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ କାବେରୀ ନଦୀକୂଳିଆ ଅଞ୍ଚଳ ପାଇଁ ବନ୍ୟା ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ନଦୀକୂଳିଆ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପଶ୍ଚିମଘାଟର କୁର୍ଗରୁ ବାହାରିଥିବା କାବେରୀ ନଦୀ କର୍ଣ୍ଣାଟକ ଏବଂ ତାମିଲନାଡୁ ଦେଇ ପ୍ରବାହିତ ହେଉଛି। ତେବେ ତଳ ଅଞ୍ଚଳ ପାଇଁ ବନ୍ୟା ଆଶଙ୍କା ବଢ଼ିବାରେ ଲାଗିଛି। ତାମିଲନାଡୁର ତ୍ରିଚି, ସାଲେମ, କରୁର, ଇରୋଡ, ନାମକ୍କାଲ, ଆରିୟାଲୁର, ତାଞ୍ଜାଭୁର , ତିରୁଭାରୁର, ମୈଲାଦୁତୁରାଇ, ନାଗପଟ୍ଟିନମ ଏବଂ କ୍ୟୁଡାଲୋର ଜିଲ୍ଲା ପାଇଁ ବନ୍ୟା ଆଲର୍ଟ ଜାରି କରାଯାଇଛି ।

 

Show More

Related Articles

Back to top button