Breaking PLUSଦେଶମୁଖ୍ୟ ଖବର

ଋଷିକେଷ-କର୍ଣ୍ଣପ୍ରୟାଗ ରେଳ ଲାଇନର ନିର୍ମାଣଧୀନ ସୁଡଙ୍ଗରେ ରଖାଯାଇଥିବା କେମିକାଲରେ ଲାଗିଲା ନିଆଁ

44ଜଣ ଶ୍ରମିକଙ୍କୁ ସୁରକ୍ଷିତ ବାହାର କଲେ ଏସଡିଆରଏଫ ଟିମ୍

ଋଷିକେଷ , 6 ନଭେମ୍ବର -ଋଷିକେଷ-କର୍ଣ୍ଣପ୍ରୟାଗ ରେଳଲାଇନ ପ୍ରକଳ୍ପରେ ନଗରାସୁରେ ନିର୍ମାଣଧୀନ ସୁଡଙ୍ଗରେ ରଖାଯାଇଥିବା କେମିକାଲରେ ନିଆଁ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ସମୟରେ ସୁଡଙ୍ଗ ଭିତରେ 44ଜଣ ଶ୍ରମିକ କାମ କରୁଥିଲେ । ଘଟଣାସ୍ଥଳରେ ଏସଡିଆରଏଫ ଓ ଡିଡିଆରଏଫ ଯବାନ ନିଆଁ ଲିଭାଇ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।
ଏସଡିଆରଏଫର ପ୍ରଭାରୀ ନିରୀକ୍ଷକ କବିନ୍ଦ୍ର ସଜଭାଣ କହିଛନ୍ତି ଯେ, ରବିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା । ନଗରାସୁ ସ୍ଥିତ ନିର୍ମାଣଧୀନ ଟି-15 ସୁଡଙ୍ଗର ଆରମ୍ଭରେ କିଛି ରାସାୟନିକ ପଦାର୍ଥ ରଖାଯାଇଥିଲା । ଯେଉଁଥିରେ କି ହଠାତ୍ ନିଆଁ ଲାଗିଯାଇଥିଲା । ସେଠାରେ ଥିବା ଶ୍ରମିକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ, ମାତ୍ର ନିଆଁ ପ୍ରଖର ବେଗରେ ବ୍ୟାପିଯାଇଥିଲା । ଏହାପରେ ଏସଡିଆରଏଫ ଓ ଡିଠିଆରଏଫ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଶ୍ରମିକଙ୍କୁ ବାହାରକୁ ବାହାର କରିଥିଲେ ।

Show More

Related Articles

Back to top button