Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅଶୋଧିତ ତୈଳଦର ବ୍ୟାରେଲ ପିଛା 86ଡଲାର, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର

ନୂଆଦିଲ୍ଲୀ, 6 ନଭେମ୍ବର – ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ତୈଳଦର ଅସ୍ଥିର ରହିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 86 ଡଲାର ହୋଇଥିବା ବେଳେ ଅଶୋଧିତ କ୍ରୁଡ ବ୍ୟାରେଲ ପିଛା 81 ଡଲାର ରହିଛି । ତେବେ ଦେଶରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ-ଡିଜେଲ ମୁଊ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ଇଣ୍ଡିଆନ ଅଏଲ ୱେବସାଇଟ୍ ମୁତାବକ, ସୋମବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 96.72 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 89.62ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ 106.31 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 94.27ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ 106.03 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 92.76 ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 102.63 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 94.24 ଟଙ୍କା ରହିଛି ।

Show More

Related Articles

Back to top button