ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ୱ ଘୋଷଣା କଲେ ଋଷି ସୁନକ

ଣ୍ଡନ : କଂଜରଭେଟିଭ ପାର୍ଟିର ଋଷି ସୁନକ ଔପଚାରିକ ଭାବେ ପରବର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲେ ଦେଶର ଅର୍ଥନୀତିକୁ ସଜାଡ଼ିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସୁନକ ଟ୍ୱିଟ୍ କରି କହିଛନ୍ତି ଯେ ବ୍ରିଟେନ ଏକ ମହାନ ଦେଶ କିନ୍ତୁ ଆମେ ଏକ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛୁ। ବ୍ରିଟେନରେ ଏହି ପୂର୍ବତନ ଅର୍ଥମନ୍ତ୍ରୀ ତାଙ୍କ ପ୍ରାର୍ଥୀତ୍ୱକୁ ନିଶ୍ଚିତ କରି କହିଛନ୍ତି ଯେ ମୁଁ ଆମର ଅର୍ଥନୀତି ସ୍ଥିର କରିବାକୁ, ଆମ ଦଳକୁ ଏକଜୁଟ କରିବାକୁ ଏବଂ ଆମ ଦେଶକୁ ଆଗକୁ ନେବାକୁ ଚାହୁଁଛି । ଗତ ଥର ବି ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବାଜି ମାରିନେଇଥିଲେ ଲିଜ୍ ଟ୍ରସ୍ । ମାତ୍ର ଆର୍ଥିକ ସଂକଟକୁ ନେଇ ଟ୍ରସ ମାତ୍ର ୪୫ ଦିନ ପରେ ଇସ୍ତଫା ଦେବା ପରେ ପୁଣି ଖାଲି ହୋଇଯାଇଛି ପ୍ରଧାନମନ୍ତ୍ରୀ ପଦ । କିନ୍ତୁ ଏଥର ଦୌଡ଼ରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଭାରତୀୟ ବଂଶୋଦ୍ଭବ ସୁନକ ହେଉଛନ୍ତି ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଜାମାତା । ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା । ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା (ଏନଏଚଏସ) ରେ କାମ କରନ୍ତି। ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି ।

Show More

Related Articles

Back to top button