ଦେଶଦେଶ ବିଦେଶବ୍ୟକ୍ତିତ୍ୱ

ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ ସାଉଦି ଆରବର ରାଜକୁମାର

ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ ସାଉଦି ଆରବର ରାଜକୁମାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ସାଉଦି ଆରବର ରାଜକୁମାର ମୋହମ୍ମଦ ବିନ ସଲମାନ ନଭେମ୍ୱରରେ ଭାରତ ଆସିବାର ସମ୍ଭାବନା ରହିଛି । ସେ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ।

ସୂଚନା ଅନୁସାରେ, ମୋହମ୍ମଦ ବିନ ସଲମାନ ନଭେମ୍ୱର ୧୪ ସକାଳେ ଭାରତରେ ପହଞ୍ଚିବେ । ସାଉଦି କ୍ରାଉନ ପ୍ରିନ୍ସଙ୍କ ଏହି ଯାତ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ପରେ ହେଉଛି । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଜରିଆରେ ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣ ପଠାଇଥିଲେ ।ବିନ ସଲମାନଙ୍କ ଭାରତ ଯାତ୍ରା ପୂର୍ବରୁ ସାଉଦି ଆରବର ଶକ୍ତି ମନ୍ତ୍ରୀ ଅବଦୁଲା ଅଜିଜ୍ ଭାରତ ଗସ୍ତ କରି ଫେରିଛନ୍ତି । ଏହି ସମୟରେ ସେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଶକ୍ତି ମନ୍ତ୍ରୀ ଆରକେ ସିଂଙ୍କୁ ଭେଟିଥିଲେ।

Show More

Related Articles

Back to top button