ଦେଶ ବିଦେଶମୁଖ୍ୟ ଖବର

ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଲେ ମନ୍ତ୍ରୀ ଭି.ସୋମନ୍ନା

ବେଙ୍ଗାଲୁରୁ: ଗୁହାରି କରିବାକୁ ଆସିଥିବା ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଲେ ମନ୍ତ୍ରୀ । କର୍ଣ୍ଣାଟକର ଚାମରାଜ ନଗରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ। ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ଦିନ ଚାମରାଜ ନଗର ଜିଲ୍ଲାର ହଙ୍ଗଲା ଗାଁର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି.ସୋମନ୍ନା ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ପାଖାପାଖି ୨୦୦ ଗାଁ ଲୋକଙ୍କୁ ଜମି ମାଲିକାନା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ସୋମନ୍ନାଙ୍କୁ ସାଢ଼େ ୩ଟାରେ ପହଞ୍ଚିବାର ଥିଲା। କିନ୍ତୁ ସେ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ୧୭୫ ଜଣଙ୍କୁ ଜମି ମାଲିକାନା କାଗଜପତ୍ର ବାଣ୍ଟିଥିଲେ। କିନ୍ତୁ ଏହାରି ଭିତରେ ଜଣେ ମହିଳା ତାଙ୍କୁ ଜମି ମାଲିକାନା କାଗଜପତ୍ର ମିଳିନଥିବା ନେଇ ବିରୋଧ କରିଥିଲେ। ସେ ମନ୍ତ୍ରୀଙ୍କ ପାଖକୁ ଆସି ନିଜ ଗୁହାରି କହିଥିଲେ। ଏହି ସମୟରେ ମନ୍ତ୍ରୀ ସୋମନ୍ନା ତାଙ୍କୁ ଜୋର୍‌ରେ ଏକ ଚାପୁଡା ମାରିଦେଇଥିଲେ। ଏହା ସତ୍ତ୍ୱେ ବି ମହିଳା ଜଣକ ମନ୍ତ୍ରୀଙ୍କ ଗୋଡ ତଳେ ପଡି ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ନେଇଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମନ୍ତ୍ରୀ ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିଥିବା ଜଣାପଡିଛି।

Show More

Related Articles

Back to top button