ଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ର

ମାତ୍ର ୩ ମିନିଟ ୫୩ ସେକେଣ୍ଡ ମଧ୍ୟରେ ଗୀତା ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କ୍ରିଷ୍ଣା

ଗୀତା ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କ୍ରିଷ୍ଣା । ଶମ ଶ୍ରେଣୀର ଛାତ୍ରୀ କ୍ରିଷ୍ଣା କିରଣ ଦୀକ୍ଷିତ । ଏହି କମ୍ ବୟସରେ ତାଙ୍କ କଣ୍ଠରୁ ନର୍ଗଳ ଝରୁଛି ସଂସ୍କୃତ ଓ ଶ୍ଲେକର ଛନ୍ଦ । ସେ ମାତ୍ର ୩ ମିନିଟ ୫୩ ସେକେଣ୍ଡ ମଧ୍ୟରେ ପ୍ରଥମ ଅଧ୍ୟାୟ ଗୀତାର ୪୭ଟି ଶ୍ଳୋକ ଆବୃତ୍ତି କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ପୁରୀ ଦତ୍ତତୋଟା ଅଞ୍ଚଳର ପ୍ରଦୀପ୍ତ ଦୀକ୍ଷିତ ଓ ଜ୍ୟୋତ୍ସ୍ନା ଦୀକ୍ଷିତଙ୍କ ଝିଅ ହେଉଛନ୍ତି କ୍ରିଷ୍ଣା କିରଣ। ଗୀତା ପାଠରେ କ୍ରିଷ୍ଣା ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଗୀତା ଆବୃତ୍ତିରେ ସେ ଅନ୍ତର୍ଜାତୀୟ ସ୍ତରରେ ରାଙ୍କ ୪ ହାସଲ କରିଛନ୍ତି।ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ସେ ୩ ଥର ପୁରସ୍କୃତ ହୋଇଛନ୍ତି। ବେଙ୍ଗାଲୁରୁ ଓ ଦୁବାଇ ଇସ୍କନ ପକ୍ଷରୁ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି।ବିଭିନ୍ନ ରିଆଲଟି ସୋରେ କ୍ରିଷ୍ଣା ନିଜ ପ୍ରତିଭା ପ୍ରଦର୍ଶନ କରି ପୁରୀ ପାଇଁ ଗର୍ବ ଆଣିପାରିଛନ୍ତି।

ଗୀତା ପାଠ ବ୍ୟତୀତ ଜଣେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି।ଏହାଛଡା ସେ ଜଣେ ବେତାର ଶିଳ୍ପୀ।ଅନେକ ପ୍ରଚ୍ଛଦପଟ ଗୀତରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି। କ୍ରିଷ୍ଣା ଆଗାମୀ ଦିନରେ ଏମିତି ସଫଳତାର ପାହଚ ଚଢି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣନ୍ତୁ ବୋଲି ପରିବାର ଲୋକେ ଆଶୀର୍ବାଦ କରିଛନ୍ତି।

Show More

Related Articles

Back to top button