ଖେଳଦେଶ

ଭାରତକୁ କୋହଲିଙ୍କ ଦୀପାବଳି ଭେଟି,୫୩ ବଲରେ ଅପରାଜିତ ୮୨ ରନ କରି ପାକିସ୍ତାନକୁ କଲେ ପରାସ୍ତ

ଭାରତକୁ କୋହଲିଙ୍କ ଦୀପାବଳି ଭେଟି ।  ଏକ ଅଭିନବ ଢଙ୍ଗରେ ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଏହି ଗୌରବ କିଙ୍ଗ କୋହଲିଙ୍କ ପାଇଁ ସମ୍ଭବ ହୋଇପାରିଛି । ୫୩ ବଲରେ ଅପରାଜିତ ୮୨ ରନ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯୋଗଦାନକୁ ଅଣଦେଖା କରି ହେବ ନାହିଁ । ପାକିସ୍ତାନ ଦେଇଥିବା ୧୬୦ ରନର ଲକ୍ଷ୍ୟକୁ ଭାରତ ଶେଷ ବଲରେ ଜିତିଥିଲା ।

ମ୍ୟାଚ ପରେ କୋହଲି କହିଥିଲେ ଯେ, ଏହା ମୋ ଜୀବନର ଶ୍ରେଷ୍ଠ ଇନିଂସ ମଧ୍ୟରୁ ଗୋଟିଏ ହେବ । ଶାହୀନ ଆଫ୍ରିଦୀ ଯେତେବେଳେ ପ୍ୟାଭିଲିୟନ ଏଣ୍ଡରୁ ବୋଲିଂ କରିବାକୁ ଆସିଲେ ହାର୍ଦ୍ଦିକଙ୍କୁ କୋହଲି କହିଥିଲେ ଏହି ଓଭରରେ ବଡ ସ୍କୋର କରିବାକୁ ହେବ । ତାହା ବି ହେଲା । ଯାହା ଭାରତ ବିଜୟର ବାଟ ଫିଟାଇଥିଲା । ମୋହାଲୀରେ ମୁଁ ମୋ ଜୀବନର ଶ୍ରେଷ୍ଠ ଇନିଂସ ଖେଳିଥିଲେ । ଏବେ କିନ୍ତୁ ଏହି ମ୍ୟାଚକୁ ତାଠାରୁ ଉପରେ ରଖିବି ।

ହାର୍ଦ୍ଦିକ ପାଣ୍ଡ୍ୟା  ଭାବ ବିହ୍ୱଳ ହୋଇ ଯାଇଥିଲେ । ସେ ତାଙ୍କ ବାପାଙ୍କୁ ମନେ ପକାଇ କାନ୍ଦି ପକାଇଥିଲେ । ସେହିପରି ମ୍ୟାଚ ପରେ ରୋହିତଙ୍କୁ ଜାବୁଡି ଧରି ହାର୍ଦ୍ଦିକ ପାଣ୍ଡ୍ୟା  ଭାବ ବିହ୍ୱଳ ହୋଇ କହିଥିଲେ , ବାପା ଥିଲେ କେତେ ଖୁସି ହୋଇଥାନ୍ତେ… ।

ଅନ୍ୟପଟେ ବିରାଟ-ହାର୍ଦ୍ଦିକ ଯାହା କଲେ ତାହା ସ୍ମରଣୀୟ ହୋଇଗଲା ବୋଲି ରୋହିତ କହିଥିବାବେଳେ ୧୫ ବର୍ଷ ଧରି ବିଶ୍ୱକପ୍ ବିଜୟୀ ହୋଇନଥିବା ଟିମ୍ ଇଣ୍ଡିଆ ପାକିସ୍ତାନକୁ ହରାଇ ଗତବର୍ଷ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ବୋଲି ଭାରତରେ ଖୁସିର ଲହରୀ ଖେଳିଯାଇଛି ।

 

Show More

Related Articles

Back to top button