ବଲିଉଡ

ପୁଣି ପରଦାରେ ନଜର ଆସିବେ ରିଷି କପୁର

'ଶର୍ମାଜୀ ନମ୍‌କିନ୍‌'ର ପ୍ରଥମ ପୋଷ୍ଟର ରିଲିଜ

ପୁଣି ପରଦାରେ ନଜର ଆସିବେ ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁର । ନିଜ ଅଭିନୟର ଯାଦୁରେ ପୁଣି ଦର୍ଶକଙ୍କୁ ହସାଇବେ ଆଉ କନ୍ଦାଇବେ । ଏହା ଭିତରେ ରିଲିଜ ହୋଇଛି ତାଙ୍କର ଲାଷ୍ଚ ଫିଲ୍ମ ‘ଶର୍ମାଜୀ ନମ୍‌କିନ୍‌’ର ପ୍ରଥମ ପୋଷ୍ଟର ଯାହାକୁ ଫିଲ୍ମର ନିର୍ମାତା ଋଷି କପୁରଙ୍କ ୬୯ତମ ଜନ୍ମ ଦିନ ଅବସରରେ ତାଙ୍କ ଫ୍ୟାନ୍ସମାନଙ୍କୁ ସ୍ୱତନ୍ତ୍ର ଭେଟି ଦେଇଛନ୍ତି । ଫିଲ୍ମର ପ୍ରଥମ ପୋଷ୍ଟର ଜାରି ହେଉ ହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମେକର୍ସମାନେ ଏହି ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ୍ କରିଛନ୍ତି। ତେବେ ଫିଲ୍ମ ‘ଶର୍ମାଜୀ ନମକୀନ୍’ରେ କିଛି ଖାସ୍ ରହିଛି । କାହିଁକି ନା ଏହି ଫିଲ୍ମର ଅଧା ଭାଗରେ ରିଷି କପୁର ଥିବା ବେଳେ ଅନ୍ୟ ଭାଗରେ ପରେଶ ରାୱଲ ନଜର ଆସିବେ। ଏହା ବଲିଉଡର ପ୍ରଥମ ଫିଲ୍ମ ହେବ ଯାହାକୁ ଏଭଳି ପ୍ରସ୍ତୁତ କରାଯାଇଛି।

ଏହି ଫିଲ୍ମର ପୋଷ୍ଟରକୁ ରିଷି କପୁରଙ୍କ ଝିଅ ରିଦ୍ଧିମା କପୁର ସାହନୀ, ନୀତୁ କପୁର ଓ ଆଲିଆ ଭଟ୍ଟ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେଆର କରିଛନ୍ତି । ଏହାକୁ ଶେଆର କରି ସେମାନେ ‘ମିସ୍‌ ୟୁ’ ବୋଲି ଲେଖିଛନ୍ତି । ଏଥିସହ ନିର୍ମାତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ରିତେଶ ସିଧବାନୀଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମର ଲିଡ୍‌ ରୋଲରେ ରିଷି କପୁର ଅଛନ୍ତି । ଏଥିରେ ପରେଶ ରାୱଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏଥିସହ ଜୁହି ଚାୱାଲା ମଧ୍ୟ ନଜର ଆସିବେ । ଜଣେ ୬୦ ବର୍ଷୀୟ ବ୍ୟକ୍ତିର କାହାଣୀ ଉପରେ ଏହି ଫିଲ୍ମଟି ଆଧାରିତ ।

ଏହି ଫିଲ୍ମରେ ରିଷି କପୁର ମୁଖ୍ୟ ଭୂମିକାରେ ଥିଲେ । ସେ ଏହି ଫିଲ୍ମର ସୁଟିଂ ପ୍ରାୟ ଶେଷ କରିସାରିଥିଲେ । କିନ୍ତୁ ଗତବର୍ଷ ଏପ୍ରିଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଫିଲ୍ମର ବାକି ସୁଟିଂ ହୋଇପାରି ନଥିଲା । ଏହା ପରେ ଫିଲ୍ମର ନିର୍ମାତାମାନେ ରିଷି କପୁରଙ୍କ ବଦଳରେ ପରେଶ ରାୱଲଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ ।

Show More

Related Articles

Back to top button