Breaking PLUS

ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା

ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଏହି ଦିନ ସାରା ଦେଶରେ ଟ୍ରେନ ଏବଂ ବସ ଯାତ୍ରା ବନ୍ଦ ରହିବ ବୋଲି ଚାଷୀ ନେତା କହିଛନ୍ତି । ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ରବିବାର ୟୁପି ମୁଜାଫରନଗରରେ ବିଭିନ୍ନ ଚାଷୀ ସଂଗଠନର ନେତା ଏକାଠି ହୋଇ ଚାଷୀ ମହାପଞ୍ଚାୟତ କରିଛନ୍ତି । ଏହି ସମାବେଶ ଜରିଆରେ ଶାସକ ଦଳ ବିଜେପିକୁ ଆଗାମୀ ଦିନରେ ଘେରିବା ପାଇଁ ଚାଷୀ ମାନେ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରସ୍ତୁତିର ଉଦ୍ଦେଶ୍ୟ ହେଉଛି ଶାସକ ଦଳ ବିଜେପିର ଭୋଟ୍ ବ୍ୟାଙ୍କ କିଭଳି ପ୍ରଭାବିତ ହେବ ।

ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାୟତ, ନରେଶ ଟିକାୟତ, ୟୁନାଇଟେଡ କିଷାନ ମୋର୍ଚ୍ଚାର ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ବହୁ ନେତା ଏକାଠି ହୋଇଥିଲେ । ଆଗାମୀ ଦିନରେ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ନିର୍ବାଚନରେ ​​ବିଜେପି ବିରୋଧରେ ଏହି ସଂଗଠନ ରାଲି କରିବ ବୋଲି ସ୍ପଷ୍ଟ କରିଛନ୍ତି ।

କୃଷି ଆଇନ ତଥା ସେମାନଙ୍କର ସମସ୍ତ ଦାବି ପୂରଣ କରିବାକୁ ଆଗାମୀ ଦିନରେ ୟୁପିର ସମସ୍ତ ଜିଲ୍ଲାରେ ବିଜେପି ବିରୋଧରେ ସଂଗଠନ ତିଆରି କରି ମଜବୁତ କରାଇବେ । ଚାଷୀ ନେତା ନରେଶ ଟିକାୟତ କହିଛନ୍ତି ଯେ ଚାଷୀ ଆନ୍ଦୋଳନର ଝଲକ ଆଜି ମୁଜାଫରନଗରରେ ଦେଖିବାକୁ ମିଳିଛି । ଏଠାରେ ପାଦ ରଖିବା ପାଇଁ ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ୨୦୧୩ରେ ଆମ ସହିତ ବିଜେପି ବିଶ୍ୱାସଘାତକତା କରିଥିଲା । ହିନ୍ଦୁ ଓ ମୁସଲମାନ ମଧ୍ୟରେ ବିଜେପି ଦଙ୍ଗା କରାଏ କିନ୍ତୁ ଏବେ ଆମେ ସମସ୍ତେ ଏକାଠି ଅଛୁ । ଏହି ମୁଜାଫରନଗର ସମସ୍ତଙ୍କୁ ଭଲ ପାଇବା ଶିଖାଏ । ଆଗାମୀ ଦିନରେ ଆମେ ସମସ୍ତେ ଏକାଠି ହୋଇ ଶାସକ ଦଳ ବିଜେପିକୁ ଘେରିବୁ ବୋଲି ନରେଶ କହିଛନ୍ତି ।

ସେହିପରି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ମୁଜାଫରନଗରରୁ ମିଶନ ୟୁପି ଆରମ୍ଭ ହୋଇଛି । କିଷାନ ମହାପଞ୍ଚାୟତ ସଫଳ ହୋଇଛି । ଆମେ ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ଗାଁରେ ବିଜେପି ବିରୋଧରେ ପ୍ରଚାର କରିବୁ । ବନାରସ, ଲକ୍ଷ୍ନୌ, ଗୋରଖପୁରରେ ମଧ୍ୟ ବିଜେପି ବିରୋଧରେ ପ୍ରଚାର କରିବୁ । ପ୍ରତ୍ୟେକ ଜିଲ୍ଲାରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ସଂଗଠନ ଗଠନ ହେବ । ମୁଁ ଶପଥ ନେଇଛି ଯେ ତିନି କୃଷି ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ମୁଁ ମୋ ଘରକୁ ଯିବି ନାହିଁ ।

 

 

Show More

Related Articles

Back to top button