ଓଡ଼ିଶାରାଜନୀତି

ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ପକ୍ଷରୁ ୨ଟି ସାଂଗଠନିକ ଜିଲ୍ଲା ପାଇଁ ଉଭୟ ଜିଲ୍ଲା ଓ ବ୍ଲକ କମିଟିର ପୁର୍ନଗଠନ

ଆଜି ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ପକ୍ଷରୁ ୨ଟି ସାଂଗଠନିକ ଜିଲ୍ଲା ପାଇଁ ଉଭୟ ଜିଲ୍ଲା ଓ ବ୍ଲକ କମିଟିର ପୁର୍ନଗଠନ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ଦୁଇ ସାଂଗଠନିକ ଜିଲ୍ଲା ମୟୂରଭଞ୍ଜ-୧ ଓ ମୟୂରଭଞ୍ଜ-୨ର ଜିଲ୍ଲା କମିଟିରେ ୧୫ଜଣ ସମ୍ପାଦକ ,୫ଜଣ ଲେଖାଏଁ ଉପସଭାପତି ଓ ସାଧାରଣ ସମ୍ପାଦକ ଏବଂ ସମସ୍ତ ବ୍ଲକରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

ସୂଚନା ଅନୁଯାୟୀ , ମୟୂରଭଞ୍ଜ ଜିଲ୍ଲା-୧ରେ ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ମୟୂରଭଞ୍ଜ ଜିଲ୍ଲା-୨ରେ ରହିଛନ୍ତି କରଞ୍ଜିଆ, ଯଶୀପୁର,ସାରସକଣା ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ।

ଏସବୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ଲକ ଓ ପୌରାଂଚଳ ପାଇଁ ଦଳ ପକ୍ଷରୁ ଅଧ୍ୟକ୍ଷଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି । ଜିଲ୍ଲାର ସମସ୍ତ ୯ଟି ନିର୍ବାଚନମଣ୍ଡଳୀ ପାଇଁ କର୍ମକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜଣେ ଲେଖାଏଁ ଉପସଭାପତି ଓ ସାଧାରଣ ସମ୍ପାଦକ ଏବଂ ୩ଜଣ ଲେଖାଏଁ ସମ୍ପାଦକଙ୍କୁ ସାମିଲ କରାଯାଇ ସାଂଗଠନିକ ଜିଲ୍ଲା କମିଟି ଗଠନ କରାଯାଇଛି।

Show More

Related Articles

Back to top button