ଓଡ଼ିଶାସ୍ୱତନ୍ତ୍ର

୩ଟି ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କଲେ ଜଳସମ୍ପଦ ମନ୍ତ୍ରୀ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେବି ବନ୍ୟାସ୍ଥିତି ସଙ୍ଗୀନ ରହିଛି । ତଳିଆ ଅଞ୍ଚଳର ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ସମୟରେ ୩ଟି ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି ଜଳସମ୍ପଦ ମନ୍ତ୍ରୀ । ବାଲେଶ୍ୱର,ମୟୁରଭଞ୍ଜ,କେନ୍ଦୁଝର ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କରିବା ସହ ଏହା ଉପରେ ସମୀକ୍ଷା କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ।

ଏହି ବୈଠକରେ ଜଳସମ୍ପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ,ବ୍ରାହ୍ମଣୀ ଓବୈତରଣୀ ନଦୀର ସ୍ଥିତିକୁ ନେଇ ଆଲୋଚନା କରାଯାଇଥିବାବେଳେ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକର ବନ୍ୟାସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ ତାହା ଉପରେ ଏକ ସମୀକ୍ଷା ବୈଠକ କରାଯାଇଛି ।

ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖାରେ ବନ୍ୟା ପାଇଁ ୭୪ ଟି ପଞ୍ଚାୟତ୧୪୭ ଗାଁ ପ୍ରଭାବିତ ହୋଇଛି । ଏହା ସହିତ ୨୦୮ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ୪୦ ହଜାରରୁ ଅଧିକ ଲୋକଙ୍କୁ ବର୍ତ୍ତମାନ ସ୍ଥାନାନ୍ତର କରାଯାଇଛି । ବନ୍ୟା ସମୟରେ କଳାବଜାରି ରୋକିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହା ସହିତ ବନ୍ୟାର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Show More

Related Articles

Back to top button