ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପାଖେଇ ଆସୁଛି। ପଞ୍ଜାବ ହାତେଇବା ପରେ ଗୁଜୁରାଟ ଉପରେ ରହିଛି ଆପର ନଜର । ଏଥିପାଇଁ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଘନ ଘନ ଗୁଜୁରାଟ ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିଠୁ ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଏହି ଦୁଇ ଦିନିଆ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ସାମିଲ ହେବେ ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି କେଜ୍ରିଓ୍ୱାଲ । ସେ ଟ୍ୱିଟ କରି ଲେଖିଛନ୍ତି ଯେ, “ସୋମବାର ଦିନ ମନିଷ ଜୀ ଏବଂ କେଜ୍ରିଓ୍ୱାଲ ଉଭୟେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ । ଅହମ୍ମଦାବାଦରେ ପହଞ୍ଚିବା ପରେ ସେ ହିମାତନଗର ଟାଉନ ହଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ସେଠାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ନେଇ ଲୋକଙ୍କ ସହ ଆଲୋଚନା କରିବେ । ଯଦି ଏଠାରେ ନିର୍ବାଚନରେ ଆପ ସରକାର ଗଢେ । ତେବେ ଦିଲ୍ଲୀ ମଡେଲ ଗୁଜୁରାଟରେ ଲାଗୁ କରାଯିବ । ଗୁଜୁରାଟରେ ମଧ୍ୟ ଭଲ ବିଦ୍ୟାଳୟ, ଡାକ୍ତରଖାନା ଏବଂ ମୋହାଲା କ୍ଲିନିକ୍ ରହିବ । ସମସ୍ତଙ୍କୁ ମାଗଣା ଉତ୍ତମ ଶିକ୍ଷା ସହ ସ୍ବାସ୍ଥ୍ୟସେବା ମିଳିପାରିବ ”। ତେବେ ଏହା ପୂର୍ବରୁ ମଧ୍ୟ ଗୁଜରାଟ ଗସ୍ତ କରିଥିଲେ କେଜ୍ରିୱାଲ । ସେହି ସମୟରେ ମାଗଣା ବିଦ୍ୟୁତ୍‌ ଯୋଗାଣ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଅନେକ ଗୁଡ଼ିଏ ପ୍ରତିଶୃତି ଦେଇଥିଲେ ।

Show More

Related Articles

Back to top button