ଦେଶସ୍ୱତନ୍ତ୍ର

ଇନଷ୍ଟାଗ୍ରାମରେ ଆସିଲା ନୂଆ ଫିଚର

ବର୍ତ୍ତମାନ ସୋସିଆଲ ମିଡିଆର ଚାହିଦା ବିଷୟରେ ଆପଣମାନେ ଜାଣିଥିବେ । ବିଶେଷ କରି ଯୁବପିଢିମାନଙ୍କ ପାଇଁ ସକାଳୁ ଉଠିବାଠାରୁ ରାତି ଶୋଇଲା ପର୍ଯ୍ୟନ୍ତ ଏହା ଏକ ନିତାନ୍ତ ବ୍ୟବହାର୍ଯ୍ୟ ପାଲଟିଯାଇଛି । ସୋସିଆଲ ମିଡିଆ ଭିତରେ ଇନଷ୍ଟାଗ୍ରାମ ଚାହିଦା ଅନ୍ୟତମ । ଯାହାକୁ ବର୍ତ୍ତମାନ ସେଲିବ୍ରେଟି ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ବ୍ୟବହାର କରୁଛନ୍ତି । ତେବେ ବର୍ତ୍ତମାନ ଏହି ଇନଷ୍ଟାଗ୍ରାମରେ ଏକ ନୂଆ ଫିଚର ଦେଖିବାକୁ ମିଳିଛି । ଯେଉଁଥିରେ ଆପଣମାନେ ଏକା ସମୟରେ ନିଜ ପସନ୍ଦର ଅନେକ ଫଟୋ ସେୟାର କରି ପାରିବେ ।

ଆସନ୍ତୁ ଜାଣିବା ଏହି ଫିଚରକୁ ବ୍ୟବହାର କରିବାର ଉପାୟ ।

୧-ଆପଣ ଇନଷ୍ଟାଗ୍ରାମରେ ଲେଆଉଟ୍ ବ୍ୟବହାର କରି ଏକା ସହିତ ଅନେକ ଫଟୋ ସେୟାର କରି ପାରିବେ । ସେହିପରି ଷ୍ଟୋରୀ ତିଆରି ସମୟରେ ମଧ୍ୟ ଏହି ଲେଆଉଟ୍ ଫିଚର ବ୍ୟବହାର କରିପାରିବେ ।

୨-ତେବେ ଇନଷ୍ଟାଗ୍ରାମରେ ଲେଆଉଟ୍ ବ୍ୟତୀତ ଫେସ୍ ଅପଶନ୍ ର ଏକ ଫିଚର ମଧ୍ୟ ରହିଛି । ଯାହାଦ୍ୱାରା ଆପଣ ନିଜ ଫଟୋ ଅତି ସହଜରେ ଖୋଜି ପାଇପାରିବେ ।

୩-ଏଠାରେ ୟୁଜର୍ସମାନେ ନିଜ ଫଟୋକୁ ପୂର୍ଣ୍ଣବାର ସଜାଇ ପାରିବେ । ଆପଣ ନିଜ ହିସାବରେ ଏହାକୁ ଜୁନ୍ କିମ୍ବା ଚତାରିପାଖରୁ ସଜାଡି ପାରିବେ । ଏହାପରେ ଆପଣ ନିଜ ଫଟୋର ଲେଆଉଟ୍ ତିଆରି କରି ଫଟୋକୁ flif କିମ୍ବା rotate କରିପାରିବେ ।

Show More

Related Articles

Back to top button