Breaking PLUSଦେଶ ବିଦେଶମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌

ହାଇଦ୍ରାବାଦ: ଦିନିକିଆ ତେଲେଙ୍ଗାନା ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ । ତେଲେଙ୍ଗାନା ବିଜେପି ପକ୍ଷରୁ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନାଲଗୋଣ୍ଡା ଜିଲ୍ଲା ମୁନୁଗୋଡୁରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ଅମିତ ଶାହା । ଏହା ପରେ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଥିଲେ ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌ । ସାକ୍ଷାତ ବେଳର କିଛି ଫଟୋ ଟ୍ୱିଟରରେ ସେୟାର କରିଛନ୍ତି  ଗୃହମନ୍ତ୍ରୀ ଅମିତ ଶାହା । ଶାହା ଦଳୀୟ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଦିଲ୍ଲୀ ଫେରିବା ପୂର୍ବରୁ ଏୟାରପୋର୍ଟ ନିକଟରେ ଏକ ହୋଟେଲରେ ଜୁନିୟର ଏନଟିଆରଙ୍କ ସହ ସାକ୍ଷାତ କରିଥିଲେ । ସାକ୍ଷାତ ସମୟର କିଛି ଫଟୋ ଟ୍ୱିଟରରେ ସେୟାର କରି ଅମିତ ଶାହ ଲେଖିଛନ୍ତି,” ଜଣେ ଅତି ଦକ୍ଷ ଅଭିନେତା ତେଲୁଗୁ ସିନେମା ଷ୍ଟାର ଏନଟିଆରଙ୍କ ସହ ଏକ ସୁନ୍ଦର ସାକ୍ଷାତ ହେଲା ।” କେନ୍ଦ୍ରମନ୍ତ୍ରୀ ଜି. କ୍ରିଷ୍ଣା ଏନଟିଆରଙ୍କୁ ଅମିତ ଶାହଙ୍କ ସହ ସାକ୍ଷାତ କରାଇଥିଲେ । ଅମିତ ଶାହା ଏନଟିଆରଙ୍କୁ ଫୁଲତୋଡା ଦେଇ ନିମନ୍ତ୍ରଣ କରିଥିଲେ । ପାଖାପାଖି ୪୫ ମିନିଟ ଧରି ଭୟଙ୍କର ମଧ୍ୟରେ ବାର୍ତ୍ତାଳପ ହୋଇଥିଲା । ୨୦ ମିନିଟ ସେମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଆଲୋଚନା ହୋଇଥିଲା । ଏହାପରେ ଦଳୀୟ ନେତା କ୍ରିଷ୍ଣା ରେଡ୍ଡୀ, ତାରୁନଚୁଙ୍ଗ ଏବଂ ବନ୍ଦୀ ସଞ୍ଜୟଙ୍କ ସହ ମିଶି ଭୋଜନ କରିଥିଲେ । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅମିତ ଶାହ ଜୁନିୟର ଏନଟିଆଙ୍କ ସହ ସାକ୍ଷାତ ସମୟରେ ସିନିୟର ଏନଟିଆର ବିଷୟରେ କହିଥିଲେ । ଏନଟିଆରଙ୍କ ଚଳଚ୍ଚିତ୍ର ‘ବିଶ୍ୱାମିତ୍ର’ ଏବଂ ‘ଦାନଭିରାସୁରା କର୍ନା’ ଦେଖିଥିବା କହିଥିଲେ ଅମିତ ଶାହା ।

Show More

Related Articles

Back to top button