Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବରସ୍ୱତନ୍ତ୍ର

ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବିଦ୍ୟୁତ ସେବା ବନ୍ଦ

ପୁରୀ ଜିଲ୍ଲା ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବୁଦ୍ୟୁତ ସେବା ବନ୍ଦ ରହିଛି। କଣାସ ଓ ଡେଲାଙ୍ଗରେ ବନ୍ୟା ବିପନ୍ନଙ୍କୁ ଅଧିକ କଲବଲ କରୁଛି ବିଦ୍ୟୁତ ସମସ୍ୟା । ଗତ ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ତିରିଲଠାରେ ୩୩ କେଭି ଟାଓ୍ଵାର ଭାଙ୍ଗି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଛି ।ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଖୁଣ୍ଟ ମରାମତି କାମରେ ଲାଗିଛନ୍ତି । ବନ୍ୟା ଜଳର ସ୍ରୋତ ଏତେ ଜୋରେ ରହିଛି ଯେ, ଠିଆ ହେବା କଷ୍ଟକର ହୋଇପଡିଛି । ତଥାପି ବିଦ୍ୟୁତ ସେବା ଯୋଗାଇବାକୁ ଉଦ୍ୟମ କାର୍ଯ୍ୟ ଚାଲିଛି ।

Show More

Related Articles

Back to top button