ଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଗୁଆ ଜାମିନ ଆବେଦନ କଲେ ଇମ୍ରାନ ଖାନ

ସ୍‌ଲାମାବାଦ୍‌: ‘ଆତଙ୍କବାଦ ନିରୋଧୀ ଆଇନ’ରେ ବୁକ୍‌ ହେବା ପରେ ଗରିଫଦାରିକୁ ଏଡ଼ାଇବାକୁ ଆଗୁଆ ଜାମିନ ପାଇଁ ଆଜି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଇସ୍‌ଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି।
ଇମ୍ରାନ୍‌ ଖାନ ଅଧ୍ୟକ୍ଷ ଥିବା ‘ପାକିସ୍ତାନ ତେହ୍‌ରୀକ୍‌-ଏ-ଇନ୍‌ସାଫ୍‌’ର (ପିଟିଆଇ) ‘ଲିଗାଲ୍‌ ଟିମ୍‌’ ତାଙ୍କ ତରଫରୁ ଆଗୁଆ ଜାମିନ ଆବେଦନ ଦାଖଲ କରିଛି। ପାକିସ୍ତାନୀ ଗଣମାଧ୍ୟମ ‘ଦି ନେସନ୍‌’ ସୂଚନା ଅନୁସାରେ, ଯେତେବେଳେ ସମନ୍‌ ମିଳିବ ସେତେବେଳେ ଅଦାଲତରେ ହାଜର ହେବେ ବୋଲି ଆବେଦନ ପତ୍ରରେ ଖାଁ ଉଲ୍ଲେଖ କରିଛନ୍ତି। ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଇମ୍ରାନ୍‌ ଖାଁଙ୍କର କ‌ୌଣସି ଅତୀତ ଅପରାଧିକ ରେକର୍ଡ ନାହିଁ ଏବଂ ସେ କେବେ କୌଣସି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଆତଙ୍କବାଦ ଅଭିଯୋଗରେ ଇମ୍ରାନ୍‌ ଖାଁଙ୍କୁ ଗିରଫ କରିବା ଲାଗି ଶେହ୍‌ବାଜ୍‌ ଶରିଫ୍‌ଙ୍କ ନେତୃତ୍ୱାଧୀନ ସରକାର ପ୍ରସ୍ତୁତି କରୁଛନ୍ତି ବୋଲି ରବିବାର ସୂଚନା ପ୍ରକାଶ ପାଇବା ପରେ ପାକିସ୍ତାନରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି।

Show More

Related Articles

Back to top button