ଦେଶ ବିଦେଶବାଣିଜ୍ୟ

RBI ମନିଟାରୀ ପଲିସି : ରେପୋ ରେଟ୍ ୪% ଅପରିବର୍ତ୍ତିତ

ଆର୍ଥିକ ନୀତିକୁ ନେଇ RBIର ବଡ ଘୋଷଣା । ଆଜିକୁ ମିଶାଇ କ୍ରମାଗତ ୭ମଥର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖିଛି ।

ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି । ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କୋଭିଡ ଦ୍ୱିତୀୟ ଲହର କବଳରୁ ଆର୍ଥିକ ସ୍ଥିତି ସୁଧୁରିପାରିନି । ଆର୍ଥିକ ବ୍ୟବସ୍ଥାକୁ ଅର୍ଥ ଭରଣା କରିବା ନିମନ୍ତେ ଆବଶ୍ୟକ ଥିବା ପର୍ଯ୍ୟନ୍ତ ଏହା ଜାରି ରହିବ।ଏମପିସିର ଆଶା ଅନୁଯାୟୀ ଅଗ୍ରଗତି କରୁଛି ଅର୍ଥନୀତି ।

ଜୁନରେ ମୁଦ୍ରାସ୍ଫୀତି ବଢିଛି । ୨୦୨୧-୨୨ରେ ଡିଜିପି ଅଭିବୃଦ୍ଧି ୯.୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି ।ଏହାସହିତ ୨୦୨୧-୨୨ ବର୍ଷରେ ସିପିଆଇ ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି । ରିଜର୍ଭ ବ୍ୟାଙ୍କ୍‌ର ‘ମିନିଟାରି ପଲିସି କମିଟି’ ମଧ୍ୟ ରିଭର୍ସ ରେପୋ ରେଟ୍‌ ୩.୩%ରେ ଅପରିବର୍ତ୍ତିତ ରଖିଛନ୍ତି । ‘ମିନିଟାରି ପଲିସି କମିଟି’ର ତିନି ଦିନି ଧରି ଚାଲିଥିବା ବୈଠକ ପରେ ଏହି ଘୋଷଣା କରାଯାଇଛି।

Show More

Related Articles

Back to top button