ଦେଶ ବିଦେଶମୁଖ୍ୟ ଖବର

ଦେଶରେ ଶେଷ ୨୪ଘଂଟାରେ ଚିହ୍ନଟ ହେଲେ ୪୪ହଜାରରୁ ଅଧିକ ପଜିଟିଭ୍

ଦେଶରେ କରୋନା ସଂକ୍ରମଣ କମିବା ପରେ ପୁଣି ବଢିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୪ ଜଣଙ୍କ ମୃତ୍ୟୁ ହୋଇଛି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୪୬୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ଟପିଛି। ୨୪ ଘଣ୍ଟା ମଧ୍ୟରେ ୪୬୪ ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୫୬ହଜାର ୭୫୭ରେ ପହଞ୍ଚିଛି।ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୬ ହଜାର ୭୫୪ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୦ ଲକ୍ଷ ୧୫ ହଜାର ୮୪୪ରେ ପହଁଚିଛି। ଏବେ ଦେଶରେ ୪୧୪୧୫୯ଟି ସକ୍ରିୟ ମାମଲା ରହିଛି ।

Show More

Related Articles

Back to top button