Breaking PLUSଓଡ଼ିଶାମୁଖ୍ୟ ଖବର

ଦନ୍ତା ଆକ୍ରମଣରେ ଗୁରୁତର ରେଞ୍ଜରଙ୍କ ମୃତ୍ୟୁ

ଦନ୍ତା ଆକ୍ରମଣରେ ଗୁରୁତର କଳାହାଣ୍ଡି ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲୋ (୫୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନ ୧୦: ୩୦ରେ ପ୍ରଶାନ୍ତ କୁମାର ପାଲୋ ହାତୀ ଆକ୍ରମଣରେ ଗୁରୁତର ହୋଇଥିଲେ।ଆମପଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦନ୍ତା ହାତୀ ରେଞ୍ଜରଙ୍କୁ ଆକ୍ରମଣ କରିଥିଲା। ଉକ୍ତ ଅଞ୍ଚଳରେ ହାତୀ ରହିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ବନ ବିଭାଗ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Show More

Related Articles

Back to top button