Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ପାକିସ୍ତାନର ବହୁଚର୍ଚ୍ଚିତ ସାରା ଇନାମ ହତ୍ୟାକାଣ୍ଡ ଉପରେ ଡିସେମ୍ବର 14ରେ ଆସିବ ରାୟ

ଇସଲାମାବାଦ- ପାକିସ୍ତାନର ରାଜଧାନୀ ଇସଲାମାବାଦର ଏକ ଟ୍ରାଏଲ କୋର୍ଟ କାନାଡା ଜନ୍ମିତ ବିବାହିତ ସାରା ଇନାମ (37) ଙ୍କ ହତ୍ୟା ମାମଲାର ରାୟ ସଂରକ୍ଷିତ ରଖିଛନ୍ତି । ପାକିସ୍ତାନର ପ୍ରମୁଖ ଖବରକାଗଜ ଡନ୍ ଅନୁଯାୟୀ, ଏହି ଜଘନ୍ୟ ହତ୍ୟାକାଣ୍ଡର ପ୍ରାୟ ଏକ ବର୍ଷ ପରେ ଡିସେମ୍ବର 14 ରେ ଜିଲ୍ଲା ତଥା ସେସନ୍ସ ଜଜ୍ ନାସିର ଜାଭେଦ୍ ରାଣା ରାୟ ଶୁଣାଇବେ ।
ଖବର କାଗଜ ମୁତାବକ ଏହି ବହୁଚର୍ଚ୍ଚିତ ମର୍ଡର କେସରେ ମୃତକ ସାରାଙ୍କ ପାକିସ୍ତାନୀ ସ୍ୱାମୀ ଶାହନୱାଜ ଅମୀର ମୁଖ୍ୟ ଅଭିଯୁକ୍ତ । ଶାହାନୱାଜ ପାକିସ୍ତାନର ପୂର୍ବତନ ରାଜନେତା ଏବଂ ଜଣାଶୁଣା ସାମ୍ବାଦିକ ଅୟାଜ ଅମୀରଙ୍କ ପୁଅ ଅଟନ୍ତୀ । ଏହି କେସରେ ପୋଲିସ ଅୟାଜ ଅମୀର, ତାଙ୍କ ପତ୍ନୀ ସମୀନା ଶାହ ଓ ପୂର୍ବତନ ପତ୍ନୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ସାରାଙ୍କୁ ଗତବର୍ଷ ସେପ୍ଟେମ୍ବର 22 ତାରିଖରେ ଶହଜାଦ ଟାଉନର ଫାର୍ମ ହାଉସରେ ହତ୍ୟା କରାଯାଇଥିଲା । ମୃତ୍ୟୁର ଦିନକ ପୂର୍ବରୁ ସେ ଦୁବାଇରୁ ଫେରିଥିଲେ । ସେ ଶାହନୱାଜଙ୍କ ତୃତୀୟ ପତ୍ନୀ ଥିଲେ ।

Show More

Related Articles

Back to top button