Breaking PLUSଦେଶମୁଖ୍ୟ ଖବରରାଜନୀତି

ଡିସେମ୍ବର 3ରେ ଭୋଟ ଗଣତି, ରାଜସ୍ଥାନରେ 199ଟି ନିର୍ବାଚନମଣ୍ଡଳୀ ପାଇଁ 36ଟି କେନ୍ଦ୍ରରେ ହେବ କାଉଣ୍ଟିଂ

ଜୟପୁର, 29 ନଭେମ୍ବର – ରାଜସ୍ଥାନରେ ନଭେମ୍ବର 25ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ପରେ ଏବେ ଡିସେମ୍ବର 3 ତାରିଖରେ ଭୋଟ ଗଣତି ହେବ । ଜୟପୁର, ଯୋଧପୁର, ନାଗୌରରେ ଭୋଟ ଗଣତି ପାଇଁ ଦୁଇଟି ଲେଖାଏଁ କେନ୍ଦ୍ର ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ ଗୋଟିଏ ଲେଖାଏଁ ଭୋଟଗଣତି କେନ୍ଦ୍ର ହୋଇଛି । ଭୋଟ ଗଣତି ପାଇଁ ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ।
ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଭୋଟ ଗଣନାକାରୀ ଦଳ ପାଇଁ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଉପଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ, ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ଏବଂ ଆଇଟି ଷ୍ଟାଫଙ୍କୁ ବୁଧବାର ଅନଲାଇନରେ ଟ୍ରେନିଂ ଦିଆଯିବ । ଅପରାହ୍ନ 12ଟାରୁ ଗୋଟାଏ ଯାଏ ଇଟିପିବିଏମସ ଭୋଟ ଗଣତି ହେବ । ଏହାପରେ ଗୋଟାଏରୁ 2.30ଯାଏ ପୋଷ୍ଟାଲ ବାଲାଟ କାଉଣ୍ଟିଂ ଏବଂ ତିନିଟାରୁ ସନ୍ଧ୍ୟା 5ଟା ଯାଏ ଇଭିଏମ ଭୋଟଗଣତି ପାଇଁ ଟ୍ରେନିଂ ଦିଆଯିବ ।
ଡିସେମ୍ବର 3 ତାରିଖରେ ସକାଳ 8ଟାରୁ ସମସ୍ତ କେନ୍ଦ୍ରରେ ପୋଷ୍ଟାଲ ବାଲାଟ, 8.30ରୁ ଇଭିଏମ ମାଧ୍ୟମରେ ଭୋଟ ଗଣତି ଆରମ୍ଭ ହେବ ।

Show More

Related Articles

Back to top button