Breaking PLUSଦେଶମୁଖ୍ୟ ଖବର

ସୁରଟରେ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ନିଆଁ ଲାଗି ଜଳିଗଲେ 24ରୁ ଅଧିକ ଶ୍ରମିକ

ସୁରଟ, 29 ନଭେମ୍ବର – ସୁରଟର ସଚିନ ଜିଆଇଡିସି ସ୍ଥିତ କେମିକାଲ ଫ୍ୟାକ୍ଟ୍ରି ଏଥର ଇଣ୍ଡଷ୍ଟ୍ରିଜରେ ମଙ୍ଗଳବାର ରାତି 2ଟାରେ ବିସ୍ଫୋରଣ ସହ ନିଆଁ ଲାଗିଛି । ବିସ୍ଫୋରଣ ଶବ୍ଦ ଓ ନିଆଁରେ ଥରି ଉଠିଥିଲା ପୂରା ଅଞ୍ଚଳ । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଦମକଳବାହିନୀ ନିଆଁ ଲିଭାଇବାରେ ଲାଗିପଡିଥିଲେ । ଏହି ଅଘଟଣରେ 24ରୁ ଅଧିକ ଶ୍ରମିକ ନିଆଁରେ ପୋଡି ହୋଇଯାଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି ।
ବିସ୍ଫୋରଣ ସମୟରେ ବହୁ ସଂଖ୍ୟାରେ କର୍ମଚାରୀ ଓ ଶ୍ରମିକ କାମ କରୁଥିଲେ । ସୂଚନା ପାଇବା କ୍ଷଣି ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଛନ୍ତି । ଏବେ କୁଲିଂ କାମ ଚାଲିଛି ।

Show More

Related Articles

Back to top button