ଦେଶମୁଖ୍ୟ ଖବର

ରାଜସ୍ଥାନ ଯୋଧପୁରରେ ବସରେ ନିଆଁ ଲାଗି ୧୨ ଯାତ୍ରୀ ଜୀବନ୍ତଦଗ୍ଧ

ରାଜସ୍ଥାନ ଯୋଧପୁର ହାଇୱେରେ ବସରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୧୨ଯାତ୍ରୀ । ରାଜସ୍ଥାନ ଯୋଧପୁର ହାଇୱେ ବାଡମେର ଠାରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗିଯିବା ଫଳରେ ୧୨ ଜଣ ଯାତ୍ରୀ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି ।

୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ବସରେ ଥିବା ୨୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଫଳରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବସରେ ଥିବା ପ୍ରତ୍ୟକ୍ଷ୍ୟଦର୍ଶୀ କହିଛନ୍ତି, ୯.୫୫ ମିନଟରେ ବସଟି ବାଲତୋରାରୁ ବାହାରିଥିଲା। ରଙ୍ଗରୁଟରେ ଆସୁଥିବା ଟ୍ୟାଙ୍କର ହଠାତ୍ ବସକୁ ଧକ୍କା ଦେଇଥିଲ। ବସରେ ନିଆଁ ଲାଗି ଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ୧୨ ଜଣ ଲୋକ କ୍ଷଣିକେ ସମସ୍ତଙ୍କ ଆଖି ଆଗରେ ଜଳିଯାଇଥିଲେ । ପରେ ଘଟଣା ସ୍ଥଳରେ ପୁଲି ପ୍ରଶାସନ ପହଁଞ୍ଚି ମୃତକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପଚପଦାର ବିଧାୟକ ମଦନ ପ୍ରଜାପତ,ପ୍ରଭାରୀ ମନ୍ତ୍ରୀ ସୁଖରାମ ବିଶୋଇ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Show More

Related Articles

Back to top button