ଓଡ଼ିଶାପାଣିପାଗ

ଆଜିଠୁ ୨୯ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ୨୯ ତାରିଖ ଯାଏଁ ସୁନ୍ଦରଗଡ଼ ସମେତ, ଝାରସୁଗୁଡ଼ା ଓ କେନ୍ଦୁଝରରେ ହାଲୁକା ବର୍ଷା ହୋଇପାରେ । ମଙ୍ଗଳବାର ଓ ବୁଧବାର ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ହୋଇପାରେ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରହିଛି । ସେହିଭଳି ଉପକୂଳବର୍ତୀ ଅଞ୍ଚଳ‌ରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ୨ ଡିଗ୍ରି ଅଧିକ ରହିଛି । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଏହି ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ତଥା ବାୟୁମଣ୍ଡଳର ସ୍ଥିରତ‌ା ଓ ଆକାଶ ନିର୍ମଳ ଯୋଗୁଁ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡ଼ି ଓ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି ।

୨୮ ଓ ୨୯ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣରେ ସାମାନ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଏଥିସହ ରାଜ୍ୟର କିଛି ଜିଲ୍ଲାରେ ଆଜି ସଂଧ୍ୟାରୁ ଘନ କୁହୁଡ଼ିର ସମ୍ଭାବନାକୁ‌ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Show More

Related Articles

Back to top button